ଅନ୍ୟାନ୍ୟ

ଜାନୁଆରି ୨ରେ ଖୋଲିବ ଉଚ୍ଚ ନ୍ୟାୟାଳୟ

କଟକ, ୨୪/୧୨/୨୦୨୨-    ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଶୀତ ଅବକାଶ ଆରମ୍ଭ ହୋଇଥିବାରୁ ୨୦୨୩ ଜାନୁଆରି ୨ରେ ନ୍ୟାୟାଳୟ ଖୋଲିବ । ଅବକାଶ ସମୟରେ ଡିସେମ୍ବର ୨୬ ରୁ ୩୧ ପର୍ଯ୍ୟନ୍ତ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟାଳୟ ଖୋଲା ରହିବ । କାର୍ଯ୍ୟ ଦିବସରେ ଦିନ ୧୧ଟାରୁ ୧୨ଟା ମଧ୍ୟରେ ନୂଆ ମାମଲା ରୁଜୁ ପାଇଁ ଅବକାଶ ଦାୟିତ୍ୱରେ ଥିବା ଅଧିକାରୀ ଗ୍ରହଣ କରିବେ । ଏଥିସହିତ ଅବକାଶ ସମୟରେ ଇ-ଫାଇଲିଂ ପୋର୍ଟାଲ ମାଧ୍ୟମରେ ମଧ୍ୟ ମାମଲା ଦାଖଲ କରାଯାଇ ପାରିବ । ଏନେଇ ହାଇକୋର୍ଟ ରେଜିଷ୍ଟ୍ରି ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ସମୟରେ ଡକ୍ଟର ଜଷ୍ଟିସ ବି.ଆର. ଷଡଙ୍ଗୀ ଅବକାଶକାଳୀନ ବିଚାରପତି ଦାୟିତ୍ୱରେ ରହିବେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com