ଅନ୍ୟାନ୍ୟ

ବଢ଼ିବାରେ ଲାଗିଛି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ

କଟକ, ୨୧/୦୧/୨୦୨୩ –   କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ ବଢ଼ିବାରେ ଲାଗିଛି । ହ୍ୟୁମାନଙ୍କ ଉପରେ ପୁଣିଥରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ ଶ୍ରେୟା ମିଶ୍ର । ଗତ ୫ ବର୍ଷ ହେଲା ତାଙ୍କୁ ହ୍ୟୁମାନ ମେଣ୍ଟାଲି, ଫିଜିକାଲି ଟର୍ଚର କରୁଥିଲେ । ନିର୍ଯାତନା ଅତ୍ୟଧିକ ହେବାରୁ ଥାନାକୁ ଗଲି।

ମୋ ସ୍ୱାମୀ ସେଲିବ୍ରେଟି, ମୁଁ ଚାହୁଁ ନଥିଲି ତାଙ୍କର ନାଁ ପଡୁ । ସେଥିପାଇଁ ଏତେ ଦିନ ଧରି ମୁଁ ଚୁପ୍ ଥିଲି । ଗତ ୬ମାସ ହେଲା ନିର୍ଯାତନା ଅଧିକ ହୋଇଥିଲା । ଜଣେ ତୃତୀୟ ପକ୍ଷଙ୍କ ଲାଗି ସେ ମତେ ଘରୁ ତଡିଛନ୍ତି । କେବଳ ଏତିକି ନୁହେଁ ମୋ ବାପା, ମା’ଙ୍କୁ ଗାଳି କରି ସେମାନେ ଘରୁ ତଡି ଦେଉଇନ୍ତି । ଗତ ୬ ମାସ ହେବ ମୁଁ ସେଠାରେ ନଥିଲି ।

ଶ୍ରେୟାଙ୍କର ସବୁଠାରୁ ବଡ଼ ଅଭିଯୋଗ ହେଉଛି, ”ହ୍ୟୁମାନଙ୍କ ପରିବାର ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରୁଥିଲେ । ତାଙ୍କର ପରିବାର ଲୋକେ ମୋତେ ବିନ୍ଦି, ସିନ୍ଦୁର ଲଗାଇବାକୁ ଦେଉ ନ ଥିଲେ । ଏପରିକି ମୁଁ ଅଳତା ଟିକେ ମଧ୍ୟ ଲଗାଇ ପାରୁ ନ ଥିଲି। ଠାକୁର ଭୋଗ ଖାଇବାକୁ ସେମାନେ ପାପ ବୋଲି କୁହନ୍ତି । ତାଙ୍କର ମା ଏବଂ ଘର ଲୋକେ ଏପରି କରୁଥିବା ଶ୍ରେୟା ଅଭିଯୋଗ କରିଛନ୍ତି।

ଶୁକ୍ରବାର ହ୍ୟୁମାନ ଗଣମାଧ୍ୟମରେ କହିଥିଲେ କି ସେ ଶ୍ରେୟାଙ୍କ ଘରକୁ ଫେରାଇନେବାକୁ ଚାହାନ୍ତି। ଆଉ ଆଜି ଏହାର ଜବାବ ଦେଇ ଶ୍ରେୟା କହିଛନ୍ତି ଯେ, କେବଳ କହିଲେ ହେବନାହିଁ, ଏଥିପାଇଁ କାର୍ଯ୍ୟ ମଧ୍ୟ କରିବାକୁ ପଡିବ । ତେବେ ଏସବୁ ପରେ ମଧ୍ୟ କମ୍ପ୍ରମାଇଜ୍ ପାଇଁ ଆମେ ରାଜି ଅଛୁ ବୋଲି କହିଛନ୍ତି ଶ୍ରେୟା ।

Related Articles

Back to top button
WP Twitter Auto Publish Powered By : XYZScripts.com