ଅନ୍ୟାନ୍ୟ

ଆରମ୍ଭ ହେଲା ଜାତି ଗଣନା

ଭୁବନେଶ୍ୱର, ୦୧/୦୫/୨୦୨୩ –    ସାରା ରାଜ୍ୟରେ ମେ ୧ ରୁ ଆରମ୍ଭ ହୋଇଛି ପଛୁଆ ବର୍ଗଙ୍କ ସର୍ଭେ । ଏହି ବର୍ଗର ଲୋକ ମାନଙ୍କ ଶିକ୍ଷା ଓ ସମାଜିକ ସ୍ଥିତି ଜାଣିବା ଉଦ୍ଦେଶ୍ୟରେ ଏପରି ପଦକ୍ଷେପ ନିଆଯାଇଛି । ରାଜ୍ୟର ମୋଟ ୩୧୪ ବ୍ଲକ ଏବଂ ୧୧୪ ଟି ନଗର ନିଗମରେ ୨୦୮ଟି ଜାତିଙ୍କୁ ନେଇ କରାଯାଉଛି ଏହି ସର୍ଭେ । ପରିବାରର ମୁଖ୍ୟ ବା ଅନ୍ୟ ସଦସ୍ୟଙ୍କ ଠାରୁ ତଥ୍ୟ ଗ୍ରହଣ କରାଯାଉଛି ।

ଭୋଟର ପରିଚୟ ପତ୍ର , ଆଧାର କାର୍ଡ ପାସପୋର୍ଟ କିମ୍ବା ପ୍ୟାନ କାର୍ଡ ମଧ୍ୟରୁ ଯେକୌଣସି ଗୋଟିଏ ପ୍ରମାଣ ପତ୍ର ଦେଇ ସର୍ଭେରେ ନିଜକୁ ସାମିଲ କରୁଛନ୍ତି ଏହି ବର୍ଗର ଲୋକମାନେ । ଯେଉଁ ପଛୁଆ ବର୍ଗଙ୍କ ରାସନ କାର୍ଡ ନାହିଁ ସେମାନଙ୍କର ତଥ୍ୟ ଏହି ସର୍ଭେରେ ଅନ୍ତର୍ଭୁକ୍ତ କରାଯାଉଛି । ଏହି ସର୍ଭେକ୍ଷଣ କାର୍ଯ୍ୟରେ ଗାଁ ଓ ସହରରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀଙ୍କ ସହ ଅନ୍ୟ ସରକାରୀ ଅଧିକାରୀମାନେ ନିୟୋଜିତ ହୋଇଥିଲାବେଳେ କିଛି ଜିଲ୍ଲାରେ ପ୍ରାଥମିକ ଶିକ୍ଷକଙ୍କୁ ଏନୁମେଟର ଓ ସୁପରଭାଇଜର ଭାବେ ମଧ୍ୟ ନିଯୁକ୍ତ କରାଯାଇଛି ।

ସେହିପରି ଭୁବନେଶ୍ୱରର ୭୦ ସ୍କୁଲର ୧୦୧ଟି ସେଣ୍ଟରରେ ଏହି କାର୍ଯ୍ୟ ଜାରି ରହିଛି । ସର୍ଭେ କାର୍ଯ୍ୟ ନେଇ ମେୟର, ନୋଡାଲ ଅଫସିର, ସେଣ୍ଟର ଗୁଡିକ ପରିଦର୍ଶନ କରୁଛନ୍ତି । ଆସନ୍ତା ୨୦ ତାରିଖ ଯାଏଁ ଏହି ସର୍ଭେ ଚାଲିବାକୁ ଥିବାବେଳେ ୨୦ରୁ ୨୭ ଯାଏ ସ୍ପେଶାଲ ସର୍ଭେ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com