ଅନ୍ୟାନ୍ୟ

ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ଋଷର କବଜା: ୟୁକ୍ରେନର ରାଜଧାନୀ କିଭ ପରେ ପରମାଣୁ ପ୍ଲାଣ୍ଟକୁ ଅକ୍ତିଆର କଲା ପୁତିନ ସେନା

ନୂଆଦିଲ୍ଲୀ: ୟୁକ୍ରେନର ସବୁଠୁ ବଡ ନ୍ୟକ୍ଲିୟର ପାୱାର ପ୍ଲାଣ୍ଟ ଉପରେ କବଜା କରିଛି ଋଷ ସେନା । ରାଜଧାନୀ କିଭ ଏବଂ ଦେଶର ଦ୍ୱିତୀୟ ସର୍ବବୃହତ ସହର ହାରକିଭକୁ ନିଜ ଅକ୍ତିଆରକୁ ନେବା ପରେ ଏବେ ପରମାଣୁ ପ୍ଲାଣ୍ଟ ମଧ୍ୟ ୟୁକ୍ରେନ ହାତରୁ ଛଡାଇ ନେଇଛି ପୁତିନ ସେନା । ସେପଟେ ଋଷ ସେନାର ଗୁଳିମାଡରେ ଏଠାରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ୟୁକ୍ରେନର ଅଧିକାରୀ । ତେବେ ଜାପୋରିଜିଆ ପ୍ଲାଣ୍ଟରେ କୌଣସି ପ୍ରକାର ପରିବର୍ତ୍ତନ ହୋଇନଥିବା ପ୍ରକାଶ କରିଛନ୍ତି ରାଜ୍ୟ ଆଣବିକ ନିୟାମକ । ପ୍ଲାଣ୍ଟରେ ରିଆକ୍ଟର ନମ୍ବର-୧ରେ ହୋଇଥିବା କ୍ଷୟକ୍ଷତିର ଆକଳନ କରୁଛନ୍ତି ପ୍ଲାଣ୍ଟର କର୍ମଚାରୀ ।

ଏହାବ୍ୟତୀତ ସେ କହିଛନ୍ତି ଯେ, ଏହିୀ ବିସ୍ଫୋରଣ ହେଲେ ଏହା ୧୯୮୬ ଚାର୍ନେବଲ ଦୁର୍ଘଟରା କିମ୍ବା ୨୦୧୧ ଜାପ।।ନର ଫୁକୁସିମା ଆକ୍ରମଣଠୁ ବି ଅଧିକ ଭୟଙ୍କର ହେବ ବୋଲି କହିଛନ୍ତି ନିୟାମକ । ତେବ କାରଖାନାରେ ବ୍ୟବହୃତ ଆଣବିକ ଇନ୍ଧନ ସଂରକ୍ଷଣ କରିବାର ଏକ ସୁବିଧା ଉପଲବ୍ଧ ରହିଛି । କିନ୍ତୁ ପ୍ଲାଣ୍ଟ ଉପରେ ଆକ୍ରମଣ ହୋଇଛି କି ନାହିଁ ସେ ନେଇ କୌଣସି ସୂଚନା ମଧ୍ୟ ନାହିଁ । ତେବେ ୟୁକ୍ରେନ ବାରମ୍ବାର ଯୁଦ୍ଧକୁ ଟାଳିବା ପାଇଁ ଚେଷ୍ଟା କରୁଥିବା ବେଳେ ପୁତିନ ସେନ ୟୁକ୍ରେନକୁ ଧିରେ ଧିରେ ନିଜ କବଜାକୁ ନେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com