ଅନ୍ୟାନ୍ୟ

ପୋଖରୀରେ ବୁଡି ୩ ନାବାଳକ ମୃତ, ଗାଁ ରେ ଶୋକର ଛାୟା

ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ବଡ ଅଘଟଣ। ପୋଖରୀରେ ବୁଡି ୩ ନାବାଳକ ମୃତ। ରାଜନଗର ବ୍ଲକ ସାତଭାୟା ଗାଁର ୩ଜଣ ନାବାଳକ ପୋଖରୀରେ ଗାଧେଇବା ବେଳେ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ୧ଟା ରେ ସାତଭାୟା ଗାଁର କିଛି ପିଲା ପୋଖରୀକୁ ଗାଧେଇବାକୁ ଯାଇଥିଲେ। ହଠାତ ସେମାନଙ୍କ ମଧ୍ୟରୁ ୩ ଜଣ ପିଲା ପୋଖରୀରେବୁଡି ଯାଇଥିଲେ। ସାଙ୍ଗରେ ଗାଧୋଉଥିବା ପିଲାମାନେ ପାଟିକରି ଡାକିବାରୁ ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପିଲାଙ୍କ ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ।

 

Related Articles

Back to top button
WP Twitter Auto Publish Powered By : XYZScripts.com