ଅନ୍ୟାନ୍ୟ

ବ୍ୟବସାୟୀଙ୍କୁ ଆକ୍ରମଣ, ଜଣେ ଗିରଫ

ବ୍ରହ୍ମପୁର, ୧୮/୦୮/୨୦୨୨-  ପୁରୁଣା ବ୍ରହ୍ମପୁର ପନ୍ଦରା ସାହିର ବ୍ୟବସାୟୀ ରାଧାମୋହନ ସାହୁଙ୍କ ପ୍ରେମ ନଗର ଅଞ୍ଚଳରେ ଏକ ଦୋକାନ ରହିଛି । ଗତକାଲି ​ସେ ତାଙ୍କ ଦୋକାନରେ ବସିଥିବା ସମୟରେ କିଛି ଅସାମାଜିକ ଯୁବକ ଆସି ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ରାଧାମୋହନ ଏହାର ପ୍ରତିବାଦ କରିବାରୁ ଯୁବକମାନେ କାଚ ବୋତଲରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ତାଙ୍କ ମୁଣ୍ଡ ଫାଟିଯାଇ ରକ୍ତସ୍ରାବ ହୋଇଥିଲା ।  ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରାଧାମୋହନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସିଟି ହସପିଟାଲକୁ ପଠାଇଥିଲା । ଏ ନେଇ ବଡ ବଜାର ଥାନାରେ ଅଭିଯୋଗ ପରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ କେନାଲ ସାହିର ରୁଦ୍ର ପଣ୍ଡା  ଓ ପ୍ରଶାନ୍ତ ପଟ୍ଟନାୟକ । ଆକ୍ରମଣରେ ବ୍ୟବହାର ହୋଇଥିବା ଦୁଇଟି କାଚ ବୋତଲକୁ ପୁଲିସ ଜବତ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com