ଅନ୍ୟାନ୍ୟ

ପରିବାରକୁ ଭେଟି ସମବେଦନା ଜଣାଇଲେ ଶ୍ରମ ମନ୍ତ୍ରୀ

ବ୍ରହ୍ମପୁର ;  ୨୯-୦୮ ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ବିପତ୍ତି ସମୟର ବନ୍ଧୁ ଭାବେ ପରିଚିତ । ଦଳ ମତ ନିର୍ବିଶେଷରେ ନିଜ ପୋଲସରା ନିର୍ବାଚନ ମଣ୍ଡଳୀର ଯେ କୌଣସି ବିପତ୍ତି ସମୟରେ ମନ୍ତ୍ରୀ ସମସ୍ତଙ୍କ ନିକଟକୁ ଯାଇ ସମବେଦନା ଜଣାଇବା ସହ ଆବଶ୍ୟକ ସ୍ଥଳେ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରି ଆସୁଛନ୍ତି । ପଞ୍ଚାୟତ ଲୋକପ୍ରତିନିଧି ଥିବା ବେଳେ ନିଜ ଅଞ୍ଚଳରେ ବିପତ୍ତି ସମୟରେ ସହଯୋଗ କରୁଥିବା ବେଳେ ବିଧାୟକ ହେବାପରେ ପୋଲସରା ନିର୍ବାଚନ ମଣ୍ଡଳୀର ସମସ୍ତଙ୍କ ବିପତ୍ତି ସମୟରେ ସେହି ପରିବାର ନିକଟକୁ ନିଶ୍ଚିତ ଭାବେ ଯାଇଥାନ୍ତି । ବୁଗୁଡା ବ୍ଲକ ଅନ୍ତର୍ଗତ ଘୋଡାପଡା ଗ୍ରାମର ୪୨ ବର୍ଷ ବୟସ୍କ କନକ ସ୍ୱାଇଁ ପୋଖରୀ ରେ ବୁଡି ମୃତ୍ୟୁ ବରଣ କରିଥିଲେ । ଅଗଷ୍ଟ ୨୮ ତାରିଖ ଦିନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ପରବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏଥିସହ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ମନ୍ତ୍ରୀଙ୍କ ସହ ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ନରେନ୍ଦ୍ର ଦେବତା ଙ୍କ ସମେତ ସ୍ଥାନୀୟ ଲୋକ ପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com