ଅନ୍ୟାନ୍ୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ଅସୁସ୍ଥ

ଭୁବନେଶ୍ୱର, ୨୮/୧୨/୨୦୨୨-  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ବୁଧବାର ଅଚାନକ ଅସୁସ୍ଥ ହୋଇ ପଡ଼ିଛନ୍ତି । ଅହମ୍ମଦାବାଦ ୟୁଏନ୍‌ ମେହେଟ୍ଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କାର୍ଡିଓଲୋଜି ଆଣ୍ଡ୍‌ ରିସର୍ଚ ସେଣ୍ଟରରେ ତାଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ସେ କଫରେ ପୀଡିତ ଅଛନ୍ତି । ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ହୀରାବେନଙ୍କ ହାଲଚାଲ ଜାଣିବା ପାଇଁ ୟୁଏନ୍‌ ମେହେଟ୍ଟା ହସ୍ପିଟାଲରେ ପହଞ୍ଚିଛନ୍ତି ।

ମାଆଙ୍କୁ ଭେଟିବା ପାଇଁ ଅପରାହ୍ନରେ ଅହମ୍ମଦାବାଦରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।  ପ୍ରଶାସନ ପକ୍ଷରୁ ହସ୍ପିଟାଲ ଆଖପାଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ହୀରାବେନ ଜୁନରେ ୧୦୦ ବର୍ଷରେ ପାଦ ଥାପିଥିଲେ । ସେହିପରି ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ଭାଇ ପ୍ରହ୍ଲାଦ ମୋଦି ପରିବାର ସହ କାର୍ ଦୁର୍ଘଟଣାରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com