ଅନ୍ୟାନ୍ୟ

ଅଭିନେତା ମନୋଜ ବାଜପେୟୀଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍

ଭୁବନେଶ୍ୱର, ୦୬/୦୧/୨୦୨୩ –   ମନୋଜ ବାଜପେୟୀଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଛି । ମନୋଜ ଶୁକ୍ରବାର ସକାଳେ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, “ମୋର ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଛି । ସେଥିପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ଆଜି ମୋ ପ୍ରୋଫାଇଲରୁ ଆସୁଥିବା କିଛି ବିଷୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ନାହିଁ । ବିଶେଷକରି ଏହି ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ । ମୋର ଏହି ପୋଷ୍ଟ ମାଧ୍ୟମରେ ମୁଁ ସମସ୍ତଙ୍କୁ ସୂଚନା ଦେଉଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନେତାଙ୍କ ଟ୍ୱିଟର ପ୍ରୋଫାଇଲରେ ସେପରି କୌଣସି ଅସାଧାରଣ ଜିନିଷ ଦେଖାଯାଇ ନାହିଁ । ଆକାଉଣ୍ଟରେ କେବଳ ତାଙ୍କ କାର୍ଯ୍ୟର ପୋଷ୍ଟଗୁଡି ଦୃଶ୍ୟମାନ ହେଉଛି ।

ତେବେ ସେଲିବ୍ରିଟିଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଥିବା ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରେଟ୍ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ଏଥିରେ ମନୋଜ ବାଜପେୟୀଙ୍କ ପୂର୍ବରୁ ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କ ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ହ୍ୟାକ କରାଯାଇଥିଲା । ଇଂରାଜୀ ଭାଷାରେ ତାଙ୍କ ଆକାଉଣ୍ଟରେ କିଛି ଟ୍ୱିଟ୍ କରାଯାଇଥିଲା । କେବଳ ଏତିକି ନୁହେଁ ଜୁନିଅର ବିଗ୍ ବିଙ୍କ ଆକାଉଣ୍ଟର ନାମ ମଧ୍ୟ ପରିବର୍ତ୍ତନ କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com