Breaking NewsFeaturedଅନ୍ୟାନ୍ୟ

ପ୍ରଥମେ ବାଦ୍ ଆଉ ଏବେ ନିମନ୍ତ୍ରଣ । ଉତ୍ସବରେ ସାମିଲ ନେଇ ଆଡଭାନୀ କହିଲେ…

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ସବୁଠି ଉତ୍ସାହ । ରାମ ମୟ ହୋଇଛି ସାରା ଦେଶ । ତେବେ ଏହି ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ବରିଷ୍ଠ ବିଜେପି ନେତା ତଥା ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ । ଯିଏ କି ଥିଲେ ଏହି ରାମ ମନ୍ଦିରର ନିର୍ମାଣର ମୁଖ୍ୟ କର୍ଣ୍ଣଧାର । ଏହି ଭବ୍ୟ ମନ୍ଦିର ତିଆରି ପାଇଁ ଆନେ୍ଦାଳନର ମଙ୍ଗ ଧରିଥିଲେ ଏହି ଭେଟେରାନ ଲିଡର । କିନ୍ତୁ ପୂର୍ବରୁ ତାଙ୍କୁ ନିମନ୍ତ୍ରଣ ତାଲିକାରୁ ବାଦ ଦିଆଯାଇଥିଲା । ସ୍ୱାତଗତ ସମସ୍ୟା ଦେଖାଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଥିଲା । କିନ୍ତୁ ପରବର୍ତୀ ସମୟରେ ବିବାଦକୁ ନଜରରେ ରଖି ନିମନ୍ତ୍ରଣ କରାଯିବ ବୋଲି କୁହାଗଲା । ତେବେ ସେ ଯାହା ହେଉ ଶେଷରେ ବୁଧବାର ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତିକ କାର୍ୟ୍ୟକାରୀ ସଭାପତି ଆଲୋକ କୁମାର ଏବଂ ରାଷ୍ଟ୍ରିୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ନେତା କୃଷ୍ଣ ଗୋପାଳ, ଆଡଭାନୀଙ୍କ ବାସଭବନକୁ ଯାଇ ନିମନ୍ତ୍ରଣ ପତ୍ର ଦେଇଛନ୍ତି । ଆଡଭାନୀଙ୍କ ଅଯୋଧ୍ୟା ଗସ୍ତ ବେଳେ ତାଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯିବ। ୯୬ବର୍ଷୀୟ ଆଡଭାନୀଙ୍କ ଚିକିତ୍ସା ପାଇଁ ମେଡିକାଲ ଟିମ୍ ମଧ୍ୟ ମହଜୁଦ ରହିବେ।

ଏହି ପରିପ୍ରେକ୍ଷୀରେ ନିଜ ଖୁସି ବ୍ୟକ୍ତ କରି ଆଡଭାଣୀ କହିଛନ୍ତି, ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାର ସୁଯୋଗ ପାଇବା ଖୁବ୍ ସୌଭାଗ୍ୟର ବିଷୟ । କାରଣ ଏହା କେବଳ ଏକ ମନ୍ଦିର ନୁହେଁ, ଏହା ଦେଶର ପବିତ୍ରତା, ମର୍ୟ୍ୟାଦାର ପ୍ରସଙ୍ଗ ଅଟେ । ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଖେଇ ଆସୁଥିବା ବେଳେ ସମଗ୍ର ଦେଶର ପରିବେଶ ମଙ୍ଗଳମୟ ହୋଇ ଉଠିଲାଣି। ତେଣୁ ଏପରି ସୁବର୍ଣ୍ଣ ସୁଯୋଗରେ ସାମିଲ ହେବା, ପ୍ରତ୍ୟକ୍ଷଦର୍ଶୀ ହେବାର ସୌଭାଗ୍ୟ ପାଇଥିବାରୁ ମୁଁ ନିଜକୁ ଖୁବ୍ ଭାଗ୍ୟଶାଳୀ ମନେ କରୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com