Featuredରାଜନୀତି

ଫୁଲପୁରରୁ ଲଢ଼ିବେ ପ୍ରିୟଙ୍କା!

ପାଖେଇ ଆସୁଛି ନିର୍ବାଚନ ୨୦୨୪ । ବଢ଼ିଗଲାଣି ନିର୍ବାଚନୀ ତାତି। କିଏ କେଉଁଠୁ ଲଢ଼ିବ, କାହାକୁ ମିଳିବ ଟିକେଟ୍‌, କେଉଁଦଳ ବାଜି ମାରିନେବ… ଏଭଳି ଅନେକ ଆଲୋଚନା ଲୋକ ତୁଣ୍ଡରେ। ତେବେ ବିଭିନ୍ନ ଦଳର ହେଭିଓ୍ବେଟଙ୍କ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ସରଗରମ ରହିଛି। ଏହିକ୍ରମରେ ଗାନ୍ଧି ପରିବାର ପ୍ରମୁଖ ଚେହେରା ରାହୁଲ ଓ ପ୍ରିୟଙ୍କାକୁ ନେଇ କଂଗ୍ରେସ ଖୁବ୍‌ ଅଙ୍କ କଷୁଥିବା କୁହାଯାଉଛି। ରାହୁଲ ପ୍ରାୟତଃ ଆମେଥିରୁ ହିଁ ଲଢ଼ିବା ଏକ ପ୍ରକାର ନିଶ୍ଚିତ ହୋଇଥିବା ବେଳେ ପ୍ରିୟଙ୍କାଙ୍କ ବିଷୟରେ ଦଳ ଚଳାଇଛି ଆଲୋଚନା। ତେବେ ଏକ ବିଶେଷ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଉତ୍ତର ପ୍ରଦେଶର ଫୁଲପୁର ଆସନରୁ ଲଢ଼ିବାର ସମ୍ଭାବନା ରହିଛି। ତେବେ ଖାଲି ଫୁଲପୁର କାହିଁକି? ଆହୁରି ୪ଟି ସମ୍ଭାବ୍ୟ ଆସନ ମଧ୍ୟ ପ୍ରିୟଙ୍କା ନାମରେ ରହିଛି।

ଆସନ୍ତୁ ଜାଣିବା ସେହି ପାଞ୍ଚଟି ଆସନ:

ୟୁପିର ପ୍ରଦେଶ କଂଗ୍ରେସ ନେତୃତ୍ୱରେ ରାଜ୍ୟର ୫ଟି ଆସନରେ ପ୍ରିୟଙ୍କାଙ୍କ ପାଇଁ ହୋମୱର୍କ ଚାଲିଛି । ଏହି ୫ଟି ଆସନ ମଧ୍ୟରୁ ପ୍ରଥମରେ ରହିଛି ଫୁଲପୁର, ୨ୟରେ ପ୍ରୟାଗରାଜ ଏବଂ ତୃତୀୟରେ ବାରଣାସୀ । ଏହାବ୍ୟତୀତ ଆଉ ୨ଟି ଆସନ ଉପରେ ମଧ୍ୟ କଂଗ୍ରେସ ନଜର ରଖିଛି । ଏହି ଦୁଇଟି ଆସନରେ ମଧ୍ୟ କଂଗ୍ରେସର ଭଲ ପ୍ରଭାବ ରହିଛି ।

ଏହି ୫ଟି ଆସନର ସମ୍ପୂର୍ଣ୍ଣ ଡାଟା କେନ୍ଦ୍ରୀୟ କାର୍ଯ୍ୟାଳୟକୁ ପଠାଯିବ । ଏଠାରେ ଜିତିବାର କାରଣ କାହିଁକି ଅଧିକ ତାହାର ଉତ୍ତର ମଧ୍ୟ ରହିବ । ଏଥିପାଇଁ ଦଳ ଏହି ଆସନନରେ ସର୍ଭେ ମଧ୍ୟ କରାଇବ ।

ଏଠାରେ କହିରଖୁଛୁ ଯେ ଫୁଲପୁରରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ନିର୍ବାଚନ ଲଢିଥିଲେ । ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ ଦୁଇ ଦିନ ଧରି ମୁମ୍ବାଇରେ ଆଇଏନଡିଆଇଏ ବୈଠକ ବସିବ । ଏହା ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକ। ଏଥିପାଇଁ ଏଜେଣ୍ଡା ପ୍ରସ୍ତୁତ ସରିଲାଣି । ବୈଠକରେ ମେଣ୍ଟର ଅଧ୍ୟକ୍ଷ କିଏ ହେବ ତା ଉପରେ ଚର୍ଚ୍ଚା ହେବ । ସେହିପରି ଦଳର ପତାକା ଓ ଲୋଗୋ ଉନ୍ମୋଚନ ହେବ ବୋଲି କୁହାଯାଉଛି।

ଏହି ବୈଠକ ପରେ ସେପ୍ଟେମ୍ବରରୁ ସାରା ଦେଶରେ ବିରୋଧୀ ମେଣ୍ଟର ରାଲି ଆରମ୍ଭ ହୋଇଯିବ । ଏଥିରେ ୬ରୁ ୭ ଜଣ ପ୍ରମୁଖ ନେତା ଏବଂ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ବିରୋଧୀ ମେଣ୍ଟର ନେତା ପ୍ରଧାନମନ୍ତ୍ରୀ ଉପରେ ବ୍ୟକ୍ତିଗତ ଆକ୍ଷେପ କରିବେ ନାହିଁ । ସେହିପରି ବୈଠକରେ ଏକ ପ୍ରସ୍ତାବ ଆଗତ କରାଯିବ ଯେ ଦଳରେ ଜଣେ ଅଧ୍ୟକ୍ଷ ରହିବେ ଏବଂ ଜଣେ ମୁଖ୍ୟ ସଂଯୋଜକ ରହିବେ । ଏହାବ୍ୟତୀତ ୪ରୁ ୫ ଜଣ କ୍ଷେତ୍ରୀୟ ସଂଯୋଜକ ରହିବେ ।
ତେବେ ସେ ଯାହାହେଉ ଗାନ୍ଧି ପରିବାରର ଚର୍ଚ୍ଚିତ ଚେହେରା ପ୍ରିୟଙ୍କା ଫୁଲପୁର, ପ୍ରୟାଗରାଜ, ବାରଣାସୀ ନା ଅନ୍ୟ ଆସନରୁ ଲଢ଼ୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

Related Articles

Back to top button
WP Twitter Auto Publish Powered By : XYZScripts.com