ଅନ୍ୟାନ୍ୟ

ଲଜ୍‌ରେ ଅଗ୍ନିକାଣ୍ଡ,ଶ୍ବାସରୁଦ୍ଧ ହୋଇ ୭ ମୃତ

ହାଇଦ୍ରାବାଦ ; ୧୩|୦୯   ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ଏକ ଲଜ୍‌ରେ ଭୀଷଣ ଅଗ୍ନିକାଣ୍ଡ । ସୋମବାର ବିଳମ୍ବିତ ରାତିରେ ହାଇଦ୍ରାବାଦର ସିକନ୍ଦରାବାଦ ଅଞ୍ଚଳରେ ଥିବା ‘ରୁବି ଲଗ୍‌ଜରୀ ପ୍ରାଇଡ’ ନାମକ ଲଜ୍‌ରେ ଏହି ନିଆଁ ଲାଗିଛି । ଏଥିରେ ଶ୍ବାସରୁଦ୍ଧ ହୋଇ ୭ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି ଏବଂ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୬ ଜଣ ପୁରୁଷ ରହିଥିବା ଜଣାପଡିଛି । ସମସ୍ତଙ୍କ ବୟସ ୩୫ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି । ମୃତକମାନଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ କେବଳ ୩ ଜଣଙ୍କ ପରିଚୟ ମିଳିପାରିଛି । ଅନ୍ୟମାନଙ୍କ ପରିଚୟ ଜାଣିବାକୁ ପୋଲିସ ଛାନଭିନ୍ କରୁଛି । ସୂଚନା ମିଳିଛି, ଗତକାଲି ବିଳମ୍ବିତ ରାତି ପ୍ରାୟ ୯ଟା ୪୦ ମିନିଟ୍ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ସିକନ୍ଦରାବାଦ ଅଞ୍ଚଳ ସ୍ଥିତ ଏକ ପାଞ୍ଚ ମହଲା ବିଲ୍ଡିଂର ତଳ ମହଲାରେ ଥିବା ଇଲେକ୍ଟ୍ରୋନିକ ଗାଡି ସୋ’ ରୁମ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁର ଧୂଆଁ ସୋ’ ରୁମ୍ ଉପର ମହଲାରେ ଥିବା ଲଜ୍‌ ମଧ୍ୟକୁ ପ୍ରବେଶ କରିଥିଲା । ଏହାପରେ ସବୁ ଲଜ୍ ରୁମରେ ଧୂଆଁ ଭର୍ତ୍ତି ହୋଇଯାଇଥିଲା । ଯେଉଁ କାରଣରୁ ରୁମ୍ ଭିତରେ ଥିବା ଅନେକ ଲୋକେ ଶ୍ବାସରୁଦ୍ଧ ହୋଇ ଅଚେତ ହୋଇଯାଇଥିଲେ । ଏଥିରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଆହତମାନଙ୍କୁ ତୁରନ୍ତ ଗାନ୍ଧୀ ହସ୍ପିଟାଲକୁ ନିଆଯାଇଥିବାବେଳେ, ସେଠାରେ ଅନ୍ୟ ୪ ଜଣ ପ୍ରାଣ ହରାଇଥିଲେ । ତେବେ ସଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବାର ସନ୍ଦେହ କରାଯାଉଛି । କ

Related Articles

Back to top button
WP Twitter Auto Publish Powered By : XYZScripts.com