ଅନ୍ୟାନ୍ୟ

ସମସ୍ୟା ଘେରରେ ନିମଖଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟ

ବ୍ରହ୍ମପୁର, ୨୫/୧୧/୨୦୨୨-   ସରକାର ପିଲାଙ୍କ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ମାଳ ମାଳ ଯୋଜନା । ହେଲେ ଯୋଜନା ଗୁଡିକ କେତେ କାର୍ଯ୍ୟକାରୀ ହେଉଛି ତାହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ନିମଖଣ୍ଡି ପଞ୍ଚାୟତର ନିମଖଣ୍ଡି ଗ୍ରାମରେ ଥିବା ୫ଟି ଶ୍ରୀ କୃଷ୍ଣଚନ୍ଦ୍ର ସାହୁ ଉଚ୍ଚ ବିଦ୍ୟାଳୟରେ । ବାହାରକୁ ଦେଖିବାକୁ ଅତିସୁନ୍ଦର କିନ୍ତୁ ରଙ୍ଗର ଆଢ଼ୁଆଳରେ ଏତେ ସମସ୍ୟା ତାହା ନ କହିଲେ ଭଲ ।ଶିକ୍ଷାଠାରୁ ଆରମ୍ଭ କରି ପାନୀୟ ସମସ୍ୟା ଓ ଅନ୍ୟାନ୍ୟ ମୌଳିକ ସୁବିଧା ମଧ୍ୟ ଦେଖିବାକୁ ମିଳିନଥିଲା ।ଏହି ଉଚ୍ଚ ବିଦ୍ୟାଳୟରେ ପାଖାପାଖି ୭୦୦ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ କାହାର ନିଘା ନାହିଁ । ଏହି ବିଦ୍ୟାଳୟ ଉପରେ ଜଗଦଳପୁର, ବୋରିଗାଁ ,ଏ.ଜଗନ୍ନାଥ ପୁର, ଯୋଗିଆ ପଲ୍ଲୀ, ନିମଖଣ୍ଡି, ମହୁଲପଲ୍ଲୀ, ଲୋଚାପଡ଼ା ଓ ବ୍ରହ୍ମପରର କିଛି ଛାତ୍ର ଛାତ୍ରୀ ନିର୍ଭରଶୀଳ । ତଥାପି ସମସ୍ୟାର ସମାଧାନ ରାସ୍ତା ବାହାରି ନାହିଁ।ଗୋଟିଏ ପଟେ ଶିକ୍ଷକ ଅଭାବ ବେଳେ ଅନ୍ୟ ପଟେ,ସେବକ ଓ ରାତ୍ରି ଜଗୁଆଳିର ଅଭାବ ରହିଛି ।

କର୍ମଚାରୀ ଅଭାଵ ରହିଥିବାରୁ ପିଲାମାନେ କରୁଛନ୍ତି ବିଦ୍ୟାଳୟର ସଫା ସୂତରା ।ଅନ୍ୟ ପଟେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମାତ୍ର ଦୁଇଟି କୋଠରି ରେ ଦୁଇ ଜଣ ଶିକ୍ଷୟତ୍ରୀଙ୍କ ଦ୍ଵାରା ଶିକ୍ଷାଦାନ । ଯେଉଁ କୋଠାଘରେ ପିଲା ମାନେ ବସୁଛନ୍ତି ତାହା ମଧ୍ୟ ଅତି ଦୟନୀୟଅବସ୍ଥାରେ ।ଅସରାଏ ବର୍ଷା ହେଲେ ଶ୍ରେଣୀ ଗୃହ ହୋଇ ଯାଉଛି ଅଲୋଡ଼ା ଯାହାକି ପିଲାମାନଙ୍କ ପାଠ ପଢ଼ା ଠପ୍ । ବିଦ୍ୟାଳୟରେ ଚାଲି ଥିବା ନୂତନ କୋଠାଘର ଦୀର୍ଘ ଦୁଇ ବର୍ଷ ହେଲା କାମ ସରିବାର ନାହିଁ ।କେବେ ସରିବ ତାହା ମଧ୍ୟ ପ୍ରଶ୍ନ ବାଚି?ସଂସ୍କୃତ ଶିକ୍ଷକ ସ୍ଥାନ ଖାଲି ପଡ଼ିଥିବା ବେଳେ ଦୁଇ ଜଣ ସେବକ ଓ ଗୋଟିଏ ରାତ୍ର ଜଗୁଆଳି ସ୍ଥାନ ମଧ୍ୟ ଖାଲି ପଡ଼ିଛି। ଯାହା ଫଳରେ ଛାତ୍ର ଛାତ୍ରୀଙ୍କ ଭରସାରେ ସଫା ସୁତରା କାମ ।କିଛି ସ୍ଥାନର କୋଠରି ଗୁଡିକରେ ଉଇ ହୁଙ୍କା ମାଡ଼ି ଯାଇଥିବାବେଳେ ଠିକାଦାର କରିଛନ୍ତି ନିଜର ଗୋଦାମ ଘର । ଅନ୍ୟ ପଟେ ୪ଟି ସ୍ମାର୍ଟ କ୍ଲାସ ଆବଶ୍ୟକ ବେଳେ ମାତ୍ର ୨ଟି କୁ ପାଳି ମାଧ୍ୟମରେ ଶିକ୍ଷାଦାନ ଦିଆଯାଉଛି ।

କିଛି ଦିନ ପୂର୍ବେ ଛାତ୍ର ମାନଙ୍କୁ ସ୍ମାର୍ଟ କ୍ଲାସ ଶିକ୍ଷାଦାନରୁ ବଞ୍ଚିତ କରିବାରୁ ସେମାନେ ହରତାଳ କରିଥିଲେ ଯାହା ଫଳରେ ବର୍ତ୍ତମାନ ସେମାନଙ୍କୁ ପାଳି କରି ଶିକ୍ଷାଦାନ ଦିଆଯାଉଛି ।ନବମ ଶ୍ରେଣୀରେ ବାଳକ ସଂଖ୍ୟା ୧୩୮ଜଣ ରହିଥିବା ବେଳେ ବାଳିକା ସଂଖ୍ୟା ୯୩ଜଣ, ସେହିପରି ଦଶମ ଶ୍ରେଣୀରେ ବାଳକ ସଂଖ୍ୟା ୧୦୨ ରହିଥିବା ବେଳେ ବାଳିକା ସଂଖ୍ୟା ୧୦୦ ବାକି ଅନ୍ୟ ଶ୍ରେଣୀ ପିଲାମାନେ । ତେବେ ପିଲାମାନଙ୍କ ଭବିଷ୍ୟତ କହା ହାତରେ ଭଗବାନ ହିଁ ବୁଝିବେ ୧୯୪୭ ମସିହାରୁ ତିଆରି ହୋଇଥିବା କୋଠାଘର ବହୁତ ଥର ମରାମତି ହେଲାଣି ଫରକ କିଛି ନାହିଁ ଯଥା ପରମ ତଥାରିତି। ଛାତ ଉପରେ ପରସ୍ତ ପରେ ପରସ୍ତ ବାହାରି ବାରେ ଲାଗିଛି  ।ପିଲାମାନେ ସେହି କୋଠରିରେ ପଢ଼ିବାକୁ ଭୟ କରୁଛନ୍ତି କେତେ ବେଳେ କଣ ହେବ କିଏ କହିବ । ପାନୀୟ ଜଳ ପାଇଁ ଥିବା ନଳକୂପରେ ଆସୁଛି ମଇଳା ପାଣି ତାହା ମଧ୍ୟ ମରାମତି ହୋଇ ପାରୁନି ।ପୁରୁଣା କୋଠରିକୁ ପୁଣି ଯଦି ଭଲଭାବରେ ମରାମତି କରାଯାଏ ତେବେ ପାଖା ପାଖି ପଚାଶ ଲକ୍ଷ ଖର୍ଚ୍ଚ ହେବାର ଅନୁମାନ କରାଯାଉଛି । ସମ୍ମୁଖରେ ଥିବା ଖେଳ ପଡ଼ିଆର ମଧ୍ୟ ଗାର୍ଡ ୱାଲ ନାହିଁ ଯାହାଫଳରେ ଅସାମାଜିକ ବ୍ୟକ୍ତି ମାନେ ଅବାଧ ପ୍ରବେଶ କରି ପିଲାମାନଙ୍କ ଖେଳ ଅଭ୍ୟାସ ବେଳେ ସମସ୍ୟା ସୃଷ୍ଟି କରୁଛନ୍ତି ।

ଏହିଭଳି ସମସ୍ତ ସମସ୍ୟାକୁ ନେଇ ପ୍ରଧାନ ଶିକ୍ଷକ ଡି.ଇ.ଓ ଙ୍କୁ ଅବଗତ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମାଧାନ ର ରାସ୍ତା ବାହାରି ନାହିଁ ।ତାହାଠାରୁ ଆହୁରି ବଡ଼ ଲଜ୍ୟାର କଥା ପ୍ରଧାନ ଶିକ୍ଷକଙ୍କ କୋଠରିକୁ ଯଦି କୌଣସି ଅଭିଭାବକ ସାକ୍ଷାତ ନିମନ୍ତେ ଯାଆନ୍ତି ତେବେ ବସିବା ପାଇଁ ଭଲ ଚୌକି ଖଣ୍ଡେ ମଧ୍ୟ ନାହିଁ ।ଯେଉଁଠୀ ଶିକ୍ଷକ ଅଭାବ, କୋଠା ଅଭାବ, ପାନୀୟ ଜଳର ଅଭାବ,ସେବା ଦେଉଥିବା କର୍ମଚାରି ଅଭାବ,ଖେଳ ପଡିଆର ଗାର୍ଡ ୱାଲ୍ ଅଭାବ ସେଠାରେ ୫ଟି ସ୍କୁଲ କାହା ସ୍ୱାର୍ଥରେ ?ଏହି ବିଦ୍ୟାଳୟରେ ପାଠପଢ଼ୁଥିବା ପିଲା କେମିତି ସ୍ମାର୍ଟ ହେବେ ତାହା ଦାଇତ୍ୱରେ ଥିବା ଅଧିକାରୀ ହିଁ କହିବେ । ସରକାର ପିଲାମାନଙ୍କ ସୁନେଲି ସ୍ବପ୍ନ କୁ କୁଠାର ଘାତ ନୁହେଁ ତ ଆଉ କଣ ? ଏହିଭଳି ସମସ୍ୟା ଗୁଡ଼ିକର ଅତିଶିଘ୍ର ସମାଧାନ ପାଇଁ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com