ଅନ୍ୟାନ୍ୟ

ବାଲୁଚିସ୍ତାନରେ ବିସ୍ଫୋରଣ : ୯ ମୃତ ,୧୫ ଆହତ

ବାଲୁଚିସ୍ତାନରେ ଏକ ଆତ୍ମଘାତୀ ବିସ୍ଫୋରଣ ଘଟିବା ଫଳରେ ୯ଜଣ ପୋଲିସଙ୍କ ମୃତ୍ୟୁ ଘଟି ଥିବାବେଳେ ଅନ୍ୟ ୧୫ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ବ୍ୟତୀତ ଅନେକ ଆହତ ହୋଇଛନ୍ତି । ପାକିସ୍ତାନ ସୋସିଆଲ ମିଡିଆରେ ଏହି ଦୁର୍ଘଟଣାରେ ଗାଡିଟି ସଂପୂର୍ଣ୍ଣ ଓଲଟି ପଡିଥିବାର ଫଟୋ ଭାଇରାଲ ହେବାରେ ଲାଗିଛି ।

ସାଇବି ଏବଂ କାଚି ସୀମାରେ ଅବସ୍ଥିତ କାମ୍ବ୍ରିଜ ବ୍ରିଜରେ ଏପରି ବିସ୍ଫୋରଣ ଘଟିଛି । ପାକିସ୍ତାନର ଡେଲିଡାଉନ ରିପୋର୍ଟରେ କୁହାଯାଇଛି ଯେ, ଏହା ଏକ ଆତ୍ମଘାତୀ ବିସ୍ଫୋରଣ ହୋଇଥିବା ବେଳେ ବର୍ତ୍ତମାନ ଏନେଇ ଅନେକ ଅନୁସନ୍ଧାନ ଚାଲୁ ରହିଛି । ପୋଲିସ ମାନେ ତାଙ୍କ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଏପରି ଦୁର୍ଘଟଣାର ଶିକାର ହୋଇଛନ୍ତି । ବିସ୍ଫୋରଣ ଫଳରେ ପୋଲିସ ଗାଡି ସଂପୂର୍ଣ୍ଣ ଓଲଟି ପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com