ଅନ୍ୟାନ୍ୟ

ପ୍ରଥମେ ପୁଅ ଝିଅ ଓ ସ୍ତ୍ରୀଙ୍କୁ ହତ୍ୟା କଲେପରେ ନିଜେ ଆତ୍ମହତ୍ୟା କଲେ ଡାକ୍ତର

ପ୍ରଥମେ ପୁଅ ଝିଅ ଓ ସ୍ତ୍ରୀଙ୍କୁ ହତ୍ୟା କଲେପରେ ନିଜେ ଆତ୍ମହତ୍ୟା କଲେ ଡାକ୍ତର । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ରାଏବରେଲୀ ଅଞ୍ଚଳରେ । ଏଭଳି ଘଟଣା ଘଟାଇଥିବା ବ୍ୟକ୍ତି ହେଉଛନ୍ତି ଡାକ୍ତର ଅରୁଣ ସିଂ ।

ପୋଲିସ ପହଞ୍ଚି ସମସ୍ତ ମୃତଦେହଗୁଡିକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବାବେଳେ ଏହାର କାରଣ ଖୋଜୁଛି । ରାଏବରେଲି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଆଲୋକ ପ୍ରିୟଦର୍ଶୀ କହିଛନ୍ତି, ପ୍ରାପ୍ତ ସୂଚନା ଅନୁସାରେ ଆତ୍ମହତ୍ୟା କରିଥିବା ଡାକ୍ତରଜଣକ ଥିଲେ ଚକ୍ଷୁବିଶେଷଜ୍ଞ। ସେ ‘ମଡର୍ଣ୍ଣ ରେଲ୍‌ କୋଚ୍‌ ଫ୍ୟାକ୍ଟ୍ରି’ରେ ଆସିଷ୍ଟାଣ୍ଟ୍‌ ଡିଭିଜନାଲ୍‌ ମେଡିକାଲ୍‌ ଅଫିସର୍‌ ଭାବେ କାର୍ଯ୍ୟ କରୁଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com