ଅନ୍ୟାନ୍ୟ

ପୋଲିସ ଇନଫର୍ମର ସନ୍ଦେହରେ ଯୁବକକୁ ହତ୍ୟା

ବାଲିଗୁଡା, ୨୫/୧୦/୨୦୨୨-   କନ୍ଧମାଳରେ ପୁଣି ମାଓବାଦୀଙ୍କ ଲାଲ କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଯୁବକକୁ ଘରୁ ଡାକି ନେଇ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ । ମୃତ ଯୁବକ ହେଲେ କୁନାସୋଲ ଗାଁର ନୀଳକଣ୍ଠ ମଳିକ । ଘଟଣା ଘଟିଛି ବାଲିଗୁଡା ଥାନା ସୁଡ୍ରା ପଂଚାୟତର ଟୁପୁଡି ଗାଁ ନିକଟରେ । ପୋଲିସ ଖବରଦାତା ଭାବେ କାର୍ଯ୍ୟ କରୁଥିବାରୁ ପ୍ରଜାକୋର୍ଟରେ ଦଣ୍ଡ ଦିଆଯାଇଥିବା କେ. କେ. ବି. ଏନ ମାଓବାଦୀ ସଙ୍ଘଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସବୁଠି ଦୀପାବଳୀର ଉତ୍ସବ ଚାଲିଥିଲାବେଳେ ଉପାନ୍ତ ଆଦିବାସୀ ଅଞ୍ଚଳରେ ଆଦିବାସୀ ପରିବାରରେ ଶୋକ ଓ ଆତଙ୍କର ବାତାବରଣ ଖେଳିଯାଇଛି ।

ହତ୍ୟା ପରେ ଘଟଣା ସ୍ଥଳରେ ହାତ ଲେଖା ପୋଷ୍ଟର ଓ ମାଓ ବେନ୍ନର ମଧ୍ୟ ଛାଡିଛନ୍ତି କେ. କେ. ବି. ଏନ ମାଓବାଦୀ । ସୁଡ୍ରା ଗ୍ରାମର ଟୁନା ସାହୁ, ବବୁଲ, ବାପି – ପାଟମାସ୍କା ବିଦ୍ୟାଳୟର ଶିକ୍ଷୟତ୍ରୀ ସୁମିତ୍ରା ସହିତ ଖମନଖୋଲ,ଲଣ୍ଡାଗାଁ, ଟିକରବାଜୁ, ଢାକା ଗ୍ରାମରେ ଥିବା ପୋଲିସ ଖବରଦାତାମାନଙ୍କୁ ଖବରଦାତା କାର୍ଯ୍ୟ ଛାଡିବାକୁ ମାଓବାଦୀ ସଙ୍ଘଠନ ପକ୍ଷରୁ ଜାରି କରାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ଗତ ୧୧ ତାରିଖରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ କୁନାସଲ ଜଙ୍ଗଲରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିଲେ । ଏହାକୁ ବିରୋଧ କରି ୨୫ ଅକ୍ଟୋବରକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କେକେବିଏନ ମାଓବାଦୀ ସଂଗଠନ । ସ୍ଥାନୀୟ ଅଞ୍ଚଳରେ ଏବେ ଆଦିବାସୀ ମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com