ଅନ୍ୟାନ୍ୟ

ସପ୍ତାହକୁ ୨ ଦିନ ଛୁଟି ପାଇପାରନ୍ତି ବ୍ୟାଙ୍କ କର୍ମଚାରୀ !

 ଭୁବନେଶ୍ୱର, ୦୨/୦୩/୨୦୨୩ –    ବ୍ୟାଙ୍କ କର୍ମଚାରୀ ସପ୍ତାହକୁ ପାଇପାରନ୍ତି ୨ଟି ସାପ୍ତାହିକ ଛୁଟି । ଏନେଇ ଚିନ୍ତା କରୁଛି ଇଣ୍ଡିଆନ ବ୍ୟାଙ୍କସ୍ ଆସୋସିଏସନ ବା IBA । ସପ୍ତାହକୁ ୫ ଦିନ ଡ୍ୟୁଟି ପ୍ରସଙ୍ଗରେ ବିଭିନ୍ନ ବ୍ୟାଙ୍କ ୟୁନିଅନର ଦାବିକୁ ଗୁରୁତ୍ବର ସହ ବିଚାର କରୁଛି IBA । ଏହି ପ୍ରସ୍ତାବ ସମ୍ପର୍କରେ IBA ଓ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ଏମ୍ପ୍ଲୟିଜ୍ ବା UFBE ସହ ଆଲୋଚନା ହୋଇଛି ।

ବର୍ତ୍ତମାନର ନିୟମ ଅନୁସାରେ ମାସର ଦ୍ଵିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହୁଛି । ଯଦି ସାପ୍ତାହିକ ୫ ଦିନ କାର୍ଯ୍ୟ ନିୟମ କାର୍ଯ୍ୟକାରୀ ହୁଏ ତେବେ ବ୍ୟାଙ୍କର କାର୍ଯ୍ୟନିର୍ଘଣ୍ଟ ସକାଳ 9ଟା 45ରୁ ଅପରାହ୍ଣ 5ଟା 30 ଯାଏ ଚାଲିବ । ତେବେ UFBEର ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଲାଗି IBA ସମ୍ମତି ଦେଇଥିବା ଜଣାପଡ଼ିଛି । ନେଗୋସିଏବଲ ଇନଷ୍ଟ୍ରୁମେଣ୍ଟସ୍ ଆକ୍ଟର ଧାରା ୨୫ ଅନୁସାରେ ସମସ୍ତ ଶନିବାରକୁ ଛୁଟି ଘୋଷଣା କରିବା ଲାଗି ସରକାର ବିଜ୍ଞପ୍ତି ଜାରି କରିବା ପରେ ଏହି ନିୟମ କାର୍ଯ୍ୟକାରୀ ହେବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com