ଅନ୍ୟାନ୍ୟ

 ଚୀନର ଗୁପ୍ତଚର ବେଲୁନ୍‌; ୪୦ଟି ଦେଶର ଦୂତାବାସକୁ ସୂଚନା

ଭୁବନେଶ୍ୱର, ୦୮/୦୨/୨୦୨୩ –   ଚୀନ୍‌ର ଗୁପ୍ତଚର ବେଲୁନ୍‌ କେବଳ ଆମେରିକା କି ଭାରତରେ ନୁହେଁ ବରଂ ଅନ୍ୟ ୪୦ଟି ଦେଶ ଉପରେ ଗୁଇନ୍ଦାଗିରି କରୁଛି । ଏନେଇ ଆମେରିକାର ଡେପୁଟି ସେକ୍ରେଟେରୀ ୱେଣ୍ଡି ଶେର୍ମାନ ଭାରତ ସମେତ ବିଶ୍ଵର ୪୦ଟି ଦେଶର ଦୂତାବାସକୁ ସୂଚନା ଦେଇଛନ୍ତି । ଭାରତ, ଜାପାନ, ଭିଏତନାମ, ତାଇୱାନ, ଫିଲିପାଇନ୍ସ ଭଳି ଦେଶ ଯେଉଁମାନଙ୍କ ସହ ଚୀନର ବିବାଦ ରହିଛି। ସେହି ସବୁ ଦେଶ ଉପରେ ଗୁପ୍ତଚର ବେଲୁନ୍‌ ଉଡାଇ ଅନେକ ବର୍ଷ ଧରି ଗୁପ୍ତଚର କରିଆସୁଛି ।

ଏହା ମାଧ୍ୟମରେ ଚୀନ୍ ଏହି ଦେଶର ସାମରିକ ସମ୍ପତ୍ତି ବିଷୟରେ ସୂଚନା ସଂଗ୍ରହ କରୁଥିବା ନେଇ ପ୍ରତିରକ୍ଷା ଏବଂ ଗୁପ୍ତଚର ଅଧିକାରୀମାନେ ଉଲ୍ଲେଖ କରିଛନ୍ତି। ଫେବୃଆରୀ ୧ରେ ଆମେରିକାର ପଶ୍ଚିମ ପ୍ରାନ୍ତରେ ଏହି ଗୁଇନ୍ଦା ବେଲୁନ ଉଡୁଥିବା ଦେଖିବାକୁ ମିଳିଥିଲା । ପରେ ଏହାକୁ ନେଇ ପେଣ୍ଟାଗନ ଅଫିସରେ ମଧ୍ୟ ଜୋରଦାର ଚର୍ଚ୍ଚା ହୋଇଥିଲା । ତେବେ ଆମେରିକା ଆକାଶରେ ଉଡୁଥିବା ଚୀନର ଏହି ବେଲୁନକୁ ଉଡାଇବାକୁ ଏତେ ସହଜ ନଥିଲା ।

କାରଣ ଚୀନର ଏହି ବେଲୁନରେ ସେନସର ସହିତ ଅନେକ କିଛି ସକ୍ରିୟ ରହିଥିଲା । ତେଣୁ ହଠାତ୍ ବେଲୁନଟିକୁ ଉଡାଇବାକୁ ଚେଷ୍ଟା କଲେ ବଡ ବିସ୍ପୋରଣ ହେବାର ସମ୍ଭାବନା ମଧ୍ୟ ଥିଲା । ତେଣୁ ଆମେରିକାର ଏୟାରଫୋର୍ସ ଏଫ-୨୨ ଫାଇଟର ଜେଟ ଲଗାଇ ବେଲୁନଟିକୁ ଉଡାଇ ଦେଇଥିଲା । ଏହି ଗୁଇନ୍ଦା ବେଲୁନଟି  ଖଣ୍ଡ ଖଣ୍ଡ ହୋଇ ଆଟଲାଣ୍ଟିକ ମହାସାଗରରେ ପଡିଥିଲା । ଏହି ସ୍ପାଏ ବେଲୁନଟି ଭୂପୃଷ୍ଠରୁ ୫୮ ହଜାର ଫୁଟ ଉଚ୍ଚରେ ଉଡୁଥିଲା ।

ଡିସେମ୍ବର -୨୦୨୧ ରୁ ଜାନୁୟାରୀ ୨୦୨୨ ମଧ୍ୟରେ ଚୀନ୍‌ର ଗୁପ୍ତଚର ବେଲୁନ୍ ଭାରତର ସାମରିକ ବେସକୁ ନଜରରେ ରଖିଥିଲା । ଚାଇନାର ଗୁପ୍ତଚର ବେଲୁନ୍ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାର ଉପରେ ଉଡ଼ିଥିଲା । ସେହି ସମୟରେ ଏହାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ଚିନ୍ତାର ବିଷୟ ଯେ ଡିସେମ୍ବର ୨୦୨୧ ର ଶେଷ ସପ୍ତାହରେ, ଭାରତୀୟ ସେନାର ସମସ୍ତ ତିନି ବାହିନୀର ସୈନିକମାନେ ଏକାଠି ହୋଇ ଆଣ୍ଡାମାନ ଏବଂ ନିକୋବରରେ ମିଳିତ ଡ୍ରିଲ କରିଥିଲେ । ଚାଇନାର ଏହି ଗୁପ୍ତଚର ବେଲୁନ୍ କେବଳ ଟ୍ରାଇ ସର୍ଭିସ କମାଣ୍ଡ ସମୟରେ ଆଣ୍ଡାମାନ ଏବଂ ନିକୋବରରେ ଦେଖାଯାଇଥିଲା । ସେହି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଚିତ୍ରଗୁଡ଼ିକ ଆମେରିକାରେ ମିଳିଥିବା ଚାଇନାର ଗୁପ୍ତଚର ବେଲୁନ୍ ସହିତ ସମାନ ଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com