ଅନ୍ୟାନ୍ୟ

ୟୁପି : ସପ୍ତମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା

ଲକ୍ଷ୍ନୌ () ଉତ୍ତର ପ୍ରଦେଶର ସପ୍ତମ ତଥା ଶେଷ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ଜାରି ହେବା ସହ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ମାର୍ଚ୍ଚ ୭ ତାରିଖରେ ୯ଟି ଜିଲ୍ଲାର ୫୪ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ସେଥି ମଧ୍ୟରୁ ୧୧ଟି ଆସନ ଅନୁସୂଚିତ ଜାତିର ପ୍ରାର୍ଥୀମାନଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଦୁଇଟି ଆସନ ଅନୁସୂଚିତ ଜନଜାତିର ପ୍ରାର୍ଥୀମାନଙ୍କ ପାଇଁ ସଂରକ୍ଷିତ ରହିଛି ।
ଆଜମଗଡ଼, ମଉ, ଜଉନପୁର, ଚନ୍ଦୌଲି, ଗାଜିପୁର, ବାରାଣସୀ, ମିର୍ଜାପୁର, ସୋନଭଦ୍ରା ଓ ଭଦୋହି ନିର୍ବାଚନ ମଣ୍ଡଳୀରେ ସପ୍ତମ ପର୍ଯ୍ୟାୟରେ ଭୋଟ୍‍ ଗ୍ରହଣ କରାଯିବ। ପ୍ରାର୍ଥୀପତ୍ର
ଦାଖଲର ଶେଷ ଦିନ ଆସନ୍ତା ୧୭ ତାରିଖ ରହିଛି । ୧୮ ତାରିଖରେ ପ୍ରାର୍ଥୀପତ୍ର ଗୁଡ଼ିକୁ ଯାଞ୍ଚ୍‍ କରାଯିବ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଆସନ୍ତା ୨୧ ତାରିଖ ରହିଛି । ମାର୍ଚ୍ଚ ୧୦ ତାରିଖରେ ସମସ୍ତ ୭ଟି ଯାକ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍‍ ଗଣତି ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com