ଅନ୍ୟାନ୍ୟ

ବିପୁଳ ପରିମାଣର ନକଲି ପୁଡିଆ ଓ ପ୍ୟାକିଙ୍ଗ ମେସିନ ଜବତ; ଜଣେ ଅଟକ

ବ୍ରହ୍ମପୁର, ୦୮/୦୮/୨୦୨୨-  ବ୍ରହ୍ମପୁର ବଡ ବଜାର ପୋଲିସ ପକ୍ଷରୁ ବିପୁଳ ପରିମାଣର ନକଲି ପୁଡିଆ, ପ୍ୟାକିଙ୍ଗ ମସିନ ସମେତ ବହୁ କଞ୍ଚାମାଲ ଜବତ କରାଯାଇଛି।  ବ୍ରହ୍ମପୁର ପୋଲିସ ବିଶେଷ ସୂତ୍ରରୁ ଖବରପାଇ ବଡବଜାର ଗଣେଶ ମାର୍କେଟ ସ୍ଥିତ ବିନାୟକ ଭବନରେ ଚଢାଉ କରିଥିଲେ।  ସେଠାରୁ ବହୁ ପରିମାଣରେ ନକଲି ଡିଲକ୍ସ ମିକ୍ସ ପୁଡିଆ ପ୍ୟାକେଟ ଗଛିତ ଥିବା ଦେଖିବାକୁ ପାଇଥିଲେ । ଏହାପରେ ପୋଲିସ 780 କିଲୋଗ୍ରାମ ଡିଲକ୍ସ ମିକ୍ସ ପୁଡିଆ, 1050 କିଲୋଗ୍ରାମ ଜର୍ଦା ସମେତ ବହୁ ପରିମାଣର କଞ୍ଚାମାଲ ଜବତ କରି ଟୁକୁନା ସାହୁଙ୍କୁ ଅଟକ ରଖିଥିଲା । ଅଟକ ଯୁବକଙ୍କୁ ପଚରା ଉଚରା କରିବା ପରେ ଏହି ନକଲି ପୁଡିଆ ରାକେଟ ନାରାୟଣ ସାହୁ ନାମକ ବ୍ୟକ୍ତି ଚଲାଉଥିବା ବେଳେ ବ୍ରହ୍ମପୁର ଗୁରୁମୂର୍ତ୍ତୀ ପେଣ୍ଠ ଏବଂ ସହର ଉପକଣ୍ଠ ସୁକୁଣ୍ଡା ଠାରେ ଏହାକୁ ତିଆରି କରାଯାଉଥିବା ପୋଲିସକୁ କହିଥିଲେ । ଏହାପରେ ପୋଲିସ ସେହି ସ୍ଥାନ ମାନଙ୍କରେ ଚଢାଉ କରି ନକଲି ପୁଡିଆ ତିଆରିରେ ବ୍ୟବହୃତ ହେଉଥିବା ପ୍ୟାକିଙ୍ଗ ମେସିନ, ଫ୍ରାୟିଙ୍ଗ ମେସିନ, ଓଜନ ମେସିନ  ସମେତ ବହୁ ପରିମାଣର ପ୍ରିଣ୍ଟେଡ ଜରି ଓ କଞ୍ଚାମାଲ ଜବତ କରିଥିଲେ । ଏହି ଘଟଣାରେ ଜଣେ ଗିରଫ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟ କେଉଁମାନେ ସାମିଲ ଅଛନ୍ତି ସେ ନେଇ ଅଧିକ ତଦନ୍ତ କରିବା ସହ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com