ଅନ୍ୟାନ୍ୟ

କେନ୍ଦୁଝର ହାତୀ ମୃତ୍ୟୁ ଘଟଣାରେ ବିଦ୍ୟୁତ୍ ସୁପରଭାଇଜର ବହିଷ୍କୃତ

କେନ୍ଦୁଝର, ୦୧/୦୯/୨୦୨୨-  କେନ୍ଦୁଝର ସଦର ରେଞ୍ଜ ଜୁଡ଼ିଆ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅଗଷ୍ଟ ୨୫ ତାରିଖରେ ୨ ମାଈ ହାତୀଙ୍କ ମୃତ୍ୟୁ ଘଟଣାରେ ବହିଷ୍କୃତ ହୋଇଛନ୍ତି ବିଦ୍ୟୁତ୍  ସୁପରଭାଇଜର ଜୟଦେବ ସ୍ୱାଇଁ ।

ଏହି ଦୁର୍ଘଟଣା ଘଟିବା ଦିନ ମାଈ ହାତୀ ୨ଟି ଗଛ ପତ୍ର ଖାଇବା ବେଳେ କମ୍ ଉଚ୍ଚତାରେ ଯାଇଥିବା ବିଦ୍ୟୁତ୍ ତାର ସ୍ଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ । ଏହି ଲାଇନ୍ କେବଲିଂ କରାନଯିବା ଓ ହାତୀ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ବେଳେ, ତୁରନ୍ତ ଲାଇନ୍ କଟା ନଯିବାରୁ  ହାତୀଙ୍କର ମୃତ୍ୟୁ ଘଟିଥିଲା । ଏଥିପାଇଁ ବନ ବିଭାଗ ପକ୍ଷରୁ ବିଦ୍ୟୁତ୍ ବିଭାଗର ନିର୍ବାହୀ ଯନ୍ତ୍ରୀ, ଉପଖଣ୍ଡ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com