ଅନ୍ୟାନ୍ୟ

ଆସିଲା ଲ୍ୟାଣ୍ଡ ବ୍ୟାଙ୍କ, ସୁରକ୍ଷିତ ରହିବ ଜମି

 ଭୁବନେଶ୍ୱର, ୧୬/୦୫/୨୦୨୩ –  ଅବକ୍ଷୟ ହୋଇଯାଉଥିବା ଜମିକୁ ଏଣିକି ସଂରକ୍ଷିତ କରି ରଖାଯିବ । ଏଥିପାଇଁ ପ୍ରତି ଜିଲ୍ଲାରେ ଖୋଲାଯିବ ଲ୍ୟାଣ୍ଡ ବ୍ୟାଙ୍କ । ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର । ଏହି ନିଷ୍ପତ୍ତି ଅନୁସାରେ ଏଣିକି ଯେଉଁ ଭୂମି ଗୁଡିକ ନଷ୍ଟ ହୋଇଯାଉଛି ସେହି ଗୁଡିକୁ ଏହି ବ୍ୟାଙ୍କରେ ରଖା ଯାଇପାରିବ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି ।

ଏନେଇ ଗତ ୨୦୦୯ ମସିହାରେ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ୧୯୯୮ରେ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାରେ ଭୂ-ବ୍ୟାଙ୍କ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଏହି ଲ୍ୟାଣ୍ଡର ସର୍ବନିମ୍ନ ଆକାର ୨୫ ହେକ୍ଟର ହେବା ଦରକାର । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବନୀକରଣ ପ୍ରକଳ୍ପ କ୍ଷେତ୍ରରେ ଏହି ଭୂ-ବ୍ୟାଙ୍କର ଜମି ବ୍ୟବହୃତ ହୋଇ ପାରିବ । ଭୂ-ବ୍ୟାଙ୍କ ଭାରତୀୟ ଜଙ୍ଗଲ ଅଧିନରେ ରହିଥିଲେ କିମ୍ବା ହିଂସ୍ର ଜନ୍ତୁଙ୍କ କରିଡର ହୋଇଥିଲେ ତା’ର ଆକାର ଉପରେ କୌଣସି ସୀମା ପ୍ରତିବନ୍ଧକ ରହିବ ନାହିଁ ବୋଲି ଦର୍ଶାଯାଇଛି ।

ଏଥିସହିତ ଜଙ୍ଗଲ ସଂରକ୍ଷଣ ଅଧିନିୟମ – ୧୯୮୦ ଅନୁସାରେ ଜଙ୍ଗଲ ଜମିକୁ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରିବା ନିଷ୍ପତ୍ତି ନିଆଯିବା ସମୟରେ କ୍ଷତିପୂରଣ ସ୍ୱରୂପ ଚାରା ରୋପଣ କରାଯିବ । ଏହି ନିଷ୍ପତ୍ତି ଜିଲ୍ଲାପାଳମାନେ ନେଇ ପାରିବେ । ତେବେ ଲ୍ୟାଣ୍ଡ ବ୍ୟାଙ୍କରେ ଜମି ସୁରକ୍ଷିତ ରଖିବା ସୁବିଧା କେବଳ ସରକାରୀ ଜମି ପାଇଁ ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ପ୍ରକଳ୍ପ ପାଇଁ ଅନେକ ସମୟରେ ଜମିର ଅଭାବ ପରିଲକ୍ଷିତ ହୋଇଥାଏ । ଫଳରେ ସରକାରଙ୍କୁ ଲୋକଙ୍କ ଠାରୁ ଘରୋଇ ଜମି କିଣିବାକୁ ପଡ଼ିଥାଏ । ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ଜିଲ୍ଲାରେ ଏହି ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାର ଜଙ୍ଗଲ ବିଭାଗ ଅଧିନରେ ଏହି ଭୂ-ବ୍ୟାଙ୍କ ସୃଷ୍ଟି କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com