ଅନ୍ୟାନ୍ୟ

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡରେ CBI ତଦନ୍ତ ନେଇ ହୋଇଥିବା ମାମଲା ଖାରଜ

ଭୁବନେଶ୍ୱର, ୦୯/୦୨/୨୦୨୩ –    ଭାରତୀୟ ବିକାଶ ପରିଷଦ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ ଘଟଣାର CBI ତଦନ୍ତ ନେଇ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଓଡିଶା ହାଇକୋର୍ଟ ଖାରଜ କରିଛନ୍ତି । CBI ତଦନ୍ତ ଦାବି କରି ହାଇକୋର୍ଟରେ ଗତ ୬ ତାରିଖରେ ଏକ ଜନସ୍ୱାର୍ଥ ମାମଲା ଦାୟର କରା ଯାଇଥିଲା ।

ଏହି ମାମଲାରେ କେନ୍ଦ୍ର ସରକାର, ରାଜ୍ୟ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦେଶକ, ଗୃହ ସଚିବ, କ୍ରାଇମବ୍ରାଞ୍ଚକୁ ପକ୍ଷଭୁକ୍ତ କରା ଯାଇଥିଲା । ୧୧ ଦିନ ହେବ ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତ ଚାଲିଥିବାରୁ ଏଥିରେ ହସ୍ତକ୍ଷେପ କରିବାର ଆବଶ୍ୟକତା ନାହିଁ ବୋଲି କହି ହାଇକୋର୍ଟ ଏହାକୁ ଖାରଜ କରିଛନ୍ତି । ଭାରତୀୟ ବିକାଶ ପରିଷଦ ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଓ ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ ଦାଶଙ୍କ ତରଫରୁ ଏହି ମାମଲା ଦାୟର କରା ଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com