ଓଡ଼ିଶା

ଡେଲ୍ଟା ଏକ୍ସି ଭେରିଆଣ୍ଟ ମାରାତ୍ମକ ହେବ ନାହିଁ : ସ୍ବାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ବର: ବ୍ରିଟେନରେ ଦେଖା ଦେଇଥିବା ଏକ୍ସି ଭେରିଆଣ୍ଟ ଅଧିକା ଲୋକଙ୍କୁ ଆକ୍ରାନ୍ତ କରିପାରେ । ଏହି ଭେରିଆଣ୍ଟ ଅତି ଶୀଘ୍ର ବ୍ୟାପିବା ସମ୍ଭାବନା ରହିଛି । ଏହା ଓମିକ୍ରନର ସବ୍ ଭେରିଏଣ୍ଟ। ଡେଲ୍ଟା ପରି ଏହା ଏତେ ମାରାତ୍ମକ ହେବନାହିଁ। ଏହି ଭେରିଆଣ୍ଟ ଲୋକଙ୍କ ମୃତ୍ୟୁ କାରଣ ହୋଇନ ପାରେ। ଏହା କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର।

ସେ ଆହୁରି କହିଛନ୍ତି, ଏହି ନୂଆ ଭେରିଆଣ୍ଟ ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ବି ନିଜର ରଖିଛନ୍ତି। ଯେହେତୁ ନୂଆ ନୂଆ ଭେରିଆଣ୍ଟ ଆସୁଛି, ତେଣୁ ମାସ୍କ ପିନ୍ଧା ନେଇ ଲୋକଙ୍କୁ ଟିକିଏ ସଚେତନ କରିବା । ଏବେ ଧୀରେ ଧୀରେ ମାସ୍କ ପିନ୍ଧିବା କମିଛି। ଆଉ କିଛି ଦିନ ପରେ ମାସ୍କ ପିନ୍ଧିବା ଆହୁରି କମିବ। କିନ୍ତୁ ମାସ୍କ ସମ୍ପୂର୍ଣ୍ଣ ହଟାଇ ଦେବା ଉଚିତ୍ ହେବ ନାହିଁ, କାରଣ ସଂକ୍ରମଣ ସରିନାହିଁ । ଯେଉଁଠି ଶତାଧିକ ଲୋକ ଏକାଠି ହୋଇଛନ୍ତି, ସେଠାରେ ମାସ୍କ ପିନ୍ଧିବା ଉଚିତ। ଏସବୁ ଦିଗକୁ ଧ୍ୟାନ ଦେବାକୁ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com