ଅନ୍ୟାନ୍ୟ

ରାସୋଳ ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣା: ୯ ଜଣ ଗିରଫ

ଢେଙ୍କାନାଳ() ଗତ ୧୨ ତାରିଖରେ ଢେଙ୍କାନାଳ ଜିଲ୍ଲା ରାସୋଳ ଗ୍ରାମ୍ୟ ବ୍ୟାଙ୍କରୁ  ବଡ଼ ଧରଣର ଡକାୟତି ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଟଙ୍କା ଓ ସୁନା ଜବତ କରିବାରେ ସଫଳ ହୋଇଛି ପୁଲିସ୍‌। ଏହି ଡକାୟତି ଘଟଣାରେ ସମୁଦାୟ ୧୧ ଡକାୟତ ସମ୍ପୃକ୍ତ ଥିବା ବେଳେ ପ୍ରାୟ ୭ କେଜି ସୁନା ଓ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା। ଲୁଟ୍‌ ସାମଗ୍ରୀରୁ ଅଧିକାଂଶ ପୁଲିସ୍‌ ଜବତ କରିଥିବା ବେଳେ ସମୁଦାୟ ୯ ଜଣଙ୍କୁ ଧରିବାରେ ସଫଳ ହୋଇଛି। ଗତ 12 ତାରିଖରେ 4 ଜଣ ମପଖା ପିନ୍ଧା ଡକାୟତ ରାସୋଳ ଥାନାଠାରୁ ମାତ୍ର 200 ମିଟର ଦୂରରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ପଶିଥିଲେ । ସେମାନେ ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରି ଷ୍ଟ୍ରଙ୍ଗ ରୁମରୁ କୋଟି କୋଟି ଟଙ୍କାର ସୁନାଗହଣା ଓ ଲକ୍ଷାଧିକ ଟଙ୍କା ଧରି ଛୁ ମାରିଥିଲେ। ଘଟଣାରେ ମୋଟ ଛଅ ଡକାୟତ ସିଧାସଳଖ ସାମିଲ ଥିବା ବେଳେ ସେମାନଙ୍କୁ ସହଯୋଗ କରିଥିଲେ ଆଉ ୫ ଜଣ।

Related Articles

Back to top button
WP Twitter Auto Publish Powered By : XYZScripts.com