ଅନ୍ୟାନ୍ୟ

୧୦ ମାସ ପରେ ଆଫଗାନ ରାଜଧାନୀ କାବୁଲରେ ଖୋଲିଲା ଭାରତୀୟ ଦୂତାବାସ

ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବାର ୧୦ ମାସ ପରେ ଭାରତ ତରଫରୁ କାବୁଲରେ ଥିବା ଦୂତାବାସକୁ ପୁଣି ଖୋଲିଛି । ଗତବର୍ଷ ଅଗଷ୍ଟ ମାସରେ ତାଲିବାନ ତରଫରୁ ଆଫଗାନ ଦଖଲ ନେଇ ଯୁଦ୍ଧ ଚାଲିଥିବା କାରଣରୁ ଭାରତ ସରକାର କାବୁଲରେ ଥିବା ଦୂତାବାସ ବନ୍ଦ କରିଦେଇଥିଲେ । ଏହାସହ ଭୂକମ୍ପରେ କ୍ଷତିଗ୍ରସ୍ତ ଆଫଗାନିସ୍ତାନକୁ ଭାରତ ପଠାଇଥିବା ମାନବୀୟ ସହାୟତାର ତଦାରଖ କରିବାକୁ ଭାରତ ଏକ ଟେକ୍ନିକାଲ ଟିମ ସମେତ କିଛି କୂଟନୀତିଜ୍ଞଙ୍କୁ ଆଫଗାନିସ୍ତାନ ପଠାଇଛି । ସେପଟେ ଭାରତର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛି ତାଲିବାନ । ଏନେଇ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ କହର ବଲଖି କହିଛନ୍ତି କି ଭାରତୀୟ ଦୂତାବାସ କର୍ମଚାରୀଙ୍କ ପ୍ରତ୍ୟାବର୍ତ୍ତନ ଦର୍ଶାଉଛି କି, ଆଫଗାନିସ୍ତାନ ସୁରକ୍ଷା ସ୍ଥିତିରେ ଉନ୍ନତି ଆସିଛି ।  ଚଳିତମାସ ପ୍ରଥମ ସପ୍ତାହାରେ ଭାରତ କାବୁଲକୁ ଏକ ସରକାରୀ ଟିମ୍ ପଠାଇଥିଲା । ଏହାପରେ ତାଲିବାନ ଓ ଭାରତ ମଧ୍ୟରେ ତିକ୍ତ ହୋଇଥିବା ସଂପର୍କର ସୂଧାର ଆସିଥିଲା । ଏହି କ୍ରମରେ ତାଲିବାନ ପ୍ରତିରକ୍ଷା ମନ୍ତ୍ରୀ ମୁଲ୍ଲା ୟାକୁବଙ୍କ ତରଫରୁ କାବୁଲରେ ପୁଣି ଭାରତୀୟ ଦୂତାବାସ ଖୋଲିବାକୁ ଭାରତୀୟ ସରକାରୀ ଟିମ୍ କୁ ଅନୁରୋଧ କରାଯାଇଥିଲା । ସେ କହିଥିଲେ କି ଭାରତ ସହ କୂଟନୈତିକ ସଂପର୍କ ସ୍ଥାପନ ହେଉଛି ପ୍ରଥମ ପଦକ୍ଷେପ ଓ ଭାରତ କାବୁଲକୁ ସରକାରୀ ଟିମ୍ ପଠାଇ ଏହାର ପ୍ରାରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com