ଅନ୍ୟାନ୍ୟ

ଛୋଟ ଅପରାଧରେ ଶଢୁଥିବା କଏଦୀଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ

 ନୂଆଦିଲ୍ଲୀ, ୩୦/୧୧/୨୦୨୨-  ଜାମିନ୍ ପାଇବା ପରେ ବି ଦେଶର ବିଭିନ୍ନ ଜେଲରେ ଛୋଟ ଅପରାଧରେ ଶଢୁଥିବା ଜେଲ୍ ଅନ୍ତେବାସୀଙ୍କ ସମ୍ପର୍କରେ ୧୫ ଦିନ ମଧ୍ୟରେ ରିପୋର୍ଟ ଦିଅ । ଜାତୀୟ ଆଇନ ସେବା ପ୍ରାଧିକରଣକୁ ମାନ୍ୟବର ସୁପ୍ରିମକୋର୍ଟ ଏଭଳି ଆଦେଶ ଦେଇଛନ୍ତି । ନିକଟରେ ବିନା କାରଣରେ ଜେଲରେ ଅଟକି ରହିଥିବା ଗରିବ ଲୋକଙ୍କୁ ଖଲାସ କରିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆବେଗପୂର୍ଣ୍ଣ ଭାଷଣ ଦେଇଥିଲେ । ଗରିବମାନେ ଜାମିନ୍ ବାବଦ ଅର୍ଥ ଭରଣା କରିବାକୁ ସକ୍ଷମ ନ ଥିବାରୁ ବିଭିନ୍ନ ଜେଲରେ ବନ୍ଦୀ ଜୀବନ କଟାଇବାକୁ ବାଧ୍ୟ ହେଉଛନ୍ତି ବୋଲି ଗତ ୨୬ ତାରିଖ ଦିନ ସମ୍ବିଧାନ ଦିବସ ସମାରୋହରେ କହିଥିଲେ ରାଷ୍ଟ୍ରପତି ।

ସେମାନଙ୍କ ପାଖରେ ଜମାନତ ଅର୍ଥ ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି । ଏ କ୍ଷେତ୍ରରେ ନ୍ୟାୟପାଳିକ ପଦକ୍ଷେପ ଗ୍ରହଣ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ । ରାଷ୍ଟ୍ରପତିଙ୍କ ଏଭଳି ମତ ପରେ ସୁପ୍ରିମକୋର୍ଟ ଏ ଦିଗରେ ତତ୍ପରତା ଦେଖାଇଛନ୍ତି । ଏହିଭଳି କଏଦୀଙ୍କ ସମ୍ପର୍କରେ ୧୫ ଦିନ ମଧ୍ୟରେ ଜେଲ ଅଧିକାରୀ ରିପୋର୍ଟ ଦେବେ । ବିବରଣୀ ମିଳିବା ପରେ କଏଦୀଙ୍କ ମୁକ୍ତି ପାଇଁ ଯୋଜନା ପ୍ରସ୍ତୁତ ହେବ । ଏ କ୍ଷେତ୍ରରେ ମାନବୀୟ ଦୃଷ୍ଟିକୋଣରୁ ପଦକ୍ଷେପ ନେବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ । ବିଶେଷ କରି ଗରିବ ଆଦିବାସୀମାନେ ଅପରାଧରୁ ମୁକ୍ତ ହେବା ସତ୍ୱେ ଜେଲରେ ରହିବାକୁ ବାଧ୍ୟ ହେଉଛନ୍ତି ବୋଲି ରାଷ୍ଟ୍ରପତି କହିଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com