Uncategorizedଅନ୍ତର୍ଜାତୀୟଜାତୀୟରାଜନୀତି

ଟେକ୍ସାସରେ ବିଜେପି ଉପରେ ବର୍ଷିଲେ ରାହୁଲ ଗାନ୍ଧୀ, ଜାଣନ୍ତୁ

ଡଲାସ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ୩ଦିନିଆ ଗସ୍ତରେ ଯାଇଛନ୍ତି ଆମେରିକା । ତାଙ୍କୁ ଡଲାସ୍‌ରେ ଭାରତୀୟମାନେ ଭବ୍ୟ ସ୍ବାଗତ କରିଛନ୍ତି। ଆମେରିକାରେ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ ।

ଟେକ୍ସାସରେ ବିଜେପି ସରକାର ଉପରେ ବର୍ଷିଲେ । କହିଲେ ଲୋକସଭା ନିର୍ବାଚନ ପରେ ଭାରତରେ ମୋଦିଙ୍କୁ ଆଉ କେହି ଡରୁନାହାନ୍ତି । ମୋଦି ସରକାର ଆମ ଭାଷା, ରାଜ୍ୟ ଏବଂ ଇତିହାସ ଉପରେ ହମଲା କରୁଛନ୍ତି । ଆମ ଧାର୍ମିକ ପରମ୍ପରା ଉପରେ ଆକ୍ରମଣ କରୁଥିବା କହିଛନ୍ତି ରାହୁଲ ।

ରବିବାର ରାହୁଲ ଟେକ୍ସାସ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷାବିତ୍‌ଙ୍କ ସହିତ ଆଲୋଚନା କରିବା ପରେ ଅନେକ ଟେକ୍ନୋକ୍ରାଟଙ୍କୁ ଭେଟିଥିଲେ । ତେବେ ଟେକ୍ସାସର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ସେ ବିଜେପି ସରକାର ଉପରେ ବର୍ଷିଥିଲେ । ରାହୁଲ କହିଥିଲେ, ଆରଏସଏସ୍ ବିଶ୍ୱାସ କରେ ଯେ ଭାରତ ଏକ ନୂଆ ବିଚାର ।

କିନ୍ତୁ କଂଗ୍ରେସ ବିଶ୍ୱାସ କରେ ଯେ, ଭାରତ ବିଚାରର ବହୁଳତା ଅଟେ । ଆମେ ଭାବୁଛୁ ସମସ୍ତ ଭାରତୀୟଙ୍କୁ ସ୍ୱପ୍ନ ଦେଖିବା ପାଇଁ ଅନୁମତି ଦେବା ଉଚିତ୍ । ସେମାନଙ୍କର ଜାତି, ଭାଷା, ଧର୍ମ, ପରମ୍ପରା କିମ୍ବା ଇତିହାସ ନିର୍ବିଶେଷରେ ସେମାନଙ୍କୁ ଏକ ସ୍ଥାନ ଦିଆଯିବା ଉଚିତ୍ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷର ଲୋକସଭା ନିର୍ବାଚନରେ ଭାରତବାସୀ ସବୁକିଛି ଦେଖି ସାରିଛନ୍ତି । ପ୍ରଧାନମନ୍ତ୍ରୀ ଦେଶର ସମ୍ବିଧାନ ଉପରେ ଆକ୍ରମଣ କରୁଛନ୍ତି ବୋଲି ଲୋକେ ଅବଗତ ଅଛନ୍ତି ।

ଆଧୁନିକ ଭାରତର ମୂଳଦୁଆ ହେଉଛି ସମ୍ବିଧାନ । ଚଳିତ ନିର୍ବାଚନରେ ଲୋକମାନେ ତାହା ସ୍ପଷ୍ଟ ଭାବରେ ବୁଝି ପାରିଥିଲେ । ଏହି ଅବସରରେ ରାହୁଲଙ୍କ ସହ ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସ(ଆଇଓସି) ନେତା ସାମ୍‌ ପିଟ୍ରୋଡା ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com