ଅନ୍ୟାନ୍ୟ

ଶିକ୍ଷକମାନେ ଏଣିକି କେବଳ ଶିକ୍ଷାଦାନ କରିବେ

ଭୁବନେଶ୍ୱର, ୩୦/୧୧/୨୦୨୨-   ଶିକ୍ଷକମାନେ ଏଣିକି କେବଳ ଶିକ୍ଷାଦାନ ପ୍ରକ୍ରିୟାରେ ହିଁ ନିୟୋଜିତ ହେବେ । ‘୫-ଟି’ ରୂପାନ୍ତରଣରେ ରାଜ୍ୟ ସରକାର ସ୍କୁଲଗୁଡ଼ିକର ନବ ଜାଗରଣ ପରେ ଶିକ୍ଷାଦାନ ପାଇଁ ଆବଶ୍ୟକ ମୌଳିକ ଭିତ୍ତିଭୂମିକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି । ତଦନୁଯାୟୀ ରାଜ୍ୟରେ ଖାଲି ପଡିଥିବା ଶିକ୍ଷକ ପଦ ସହ ସରକାରୀ ସ୍ତରରେ ଅଣଶିକ୍ଷକ କର୍ମଚାରୀ ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ୨ହଜାର ୨୫୯ ଅଣଶିକ୍ଷକ କର୍ମଚାରୀ ଚୟନ ଲାଗି ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗକୁ ମାଧ୍ୟମିକ ଶିକ୍ଷା ପରିଷଦ ଚିଠି ଲେଖିଛି ।

ଏହି ପଦ ମଧ୍ୟରୁ ୨୨୬ଟି ପଦୋନ୍ନତି ଦ୍ୱାରା ଏବଂ ବାକି ୨ ହଜାର ୩୩ଟି ପଦ ପାଇଁ ଚୟନ ପ୍ରକ୍ରିୟାରେ ପୂରଣ ହେବ । ବର୍ତ୍ତମାନ ରାଜ୍ୟର ବିଭିନ୍ନ ବି.ଇଓ ଏବଂ ଡି.ଇଓ କାର୍ଯ୍ୟାଳୟ ଓ ହାଇ ସ୍କୁଲରେ ୪ ହଜାର ୭୪୦ ଅନୁମୋଦିତ କନିଷ୍ଠ ଆସିଷ୍ଟାଣ୍ଟ ପଦରୁ ୨ ହଜାର ୨୫୯ଟି ଖାଲି ପଡ଼ିଛି । ଏହି ପଦ ଗୁଡିକ ମଧ୍ୟରୁ ୧୦ ପ୍ରତିଶତ ପଦୋନ୍ନତି ଜରିଆରେ ପୂରଣ ହେବାକୁ ଥିବାବେଳେ ଅବଶିଷ୍ଟ ଚୟନ ପ୍ରକ୍ରିୟା ଦ୍ୱାରା ପୂରଣ କରାଯିବ । ଖାଲି ପଡିଥିବା ପଦବୀ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୨୦୭ , ମୟୂରଭଞ୍ଜରେ ୧୨୧, ବରଗଡ଼ ଓ କଳାହାଣ୍ଡିରେ ୧୦୯, କେନ୍ଦୁଝରରେ ୧୦୩, କଟକରେ ୧୦୦ଟି ପଦକୁ ମିଶାଇ ମୋଟ୍‍ ୨୦୩୩ଟି ପଦ ପୂରଣ ହେବ । ଏନେଇ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ଖୁବଶୀଘ୍ର ସବିଶେଷ ବିଜ୍ଞପ୍ତି ପ୍ରକାଶ ପାଇବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com