ଅନ୍ୟାନ୍ୟ

ନୌସେନାରେ ସାମିଲ ଆଇଏନଏସ୍‌ ବିକ୍ରାନ୍ତ

କୋଚି;  ୦୨।୦୯ ଭାରତୀୟ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ପ୍ରଥମ ସ୍ଵଦେଶୀ ବିମାନବାହକ ଯୁଦ୍ଧପୋତ ଆଇଏନଏସ୍‌ ବିକ୍ରାନ୍ତକୁ  ସାମିଲ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ କାର୍ଯ୍ୟକ୍ରମରେ ଏହାକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ଏହି ବିମାନ ନିର୍ମାଣ ପାଇଁ ୨୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନଏସ୍‌ ବିକ୍ରାନ୍ତର ଓଜନ ପ୍ରାୟ ୪୫ ହଜାର ଟନ୍‌ । ୨୦୦୯ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହାର ଲମ୍ବ ୨୬୨ ମିଟର, ଉଚ୍ଚତା ୫୯ ମିଟର ଓ ଚଉଡା ୬୨ ମିଟର । ଏଥିରେ ୭୬% ସ୍ୱଦେଶୀ ଦ୍ରବ୍ୟର ବ୍ୟବହାର କରାଯାଇଛି । ଯେଉଁଥିରେ ୨୧ ହଜାର ଟନ୍ ରୁ ଅଧିକ ସ୍ୱତନ୍ତ୍ର ଗ୍ରେଡ୍ ଷ୍ଟିଲ୍ ବ୍ୟବହୃତ ହୋଇଛି । ଗୋଟିଏ ଟାଉନସିପ୍ କୁ ଯେତିକି ବିଦ୍ୟୁତ୍ ଯୋଗାଣ ଆବଶ୍ୟକ ତାହା ବିକ୍ରାନ୍ତ ପାଖରେ ରହିଛି । ଏହା ଉଚ୍ଚତା ୬୧.୬ ମିଟର ଥିବା ବେଳେ ଲମ୍ବା ୨୬୨.୫ ମିଟର ରହିଛି। ଯେଉଁଥିରେ ୧୫ ମହଲା ବିଶିଷ୍ଟ ପ୍ରକୋଷ୍ଠ ଅଛି, ଯେଉଁଥିରେ ପ୍ରାୟ ୧୭୦୦ କରୁ ସଦସ୍ୟ ରହିପାରିବେ । ଏହି ଜାହାଜ ନୌସେନାର ଶକ୍ତି ଦ୍ୱିଗୁଣିତ କରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com