ଅନ୍ୟାନ୍ୟ

ଧର୍ମ-ଧର୍ମ ଭିତରେ ବିବାହ ଅବୈଧ : ସର୍ବୋଚ୍ଚ ନ୍ୟାୟାଳୟ

       ଭୁବନେଶ୍ୱର, ୧୬/୦୧/୨୦୨୩ –   ହିନ୍ଦୁମାନେ ହିନ୍ଦୁଙ୍କୁ ବିବାହ କରିପାରିବେ । ହିନ୍ଦୁ ବିବାହ ଆଇନ ଅନୁଯାୟୀ ଧର୍ମ-ଧର୍ମ ଭିତରେ ବିବାହ ଅବୈଧ ଅଟେ । ବିବାହକୁ ନେଇ ସୋମବାର ଏପରି ଗୁରୁତ୍ୱପୂର୍ଣ୍ଣ  ଶୁଣାଣି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜଷ୍ଟିସ୍ କେ.ଏମ୍. ଜୋସେଫ ଓ ବି.ଭି. ନାଗରତ୍ନାଙ୍କ ଖଣ୍ଡପୀଠ ତେଲେଙ୍ଗାନା ହାଇକୋର୍ଟଙ୍କ ୨୦୧୭ଅଗଷ୍ଟର ଏକ ରାୟକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନର ଶୁଣାଣି କରି ଏହା କହିଛନ୍ତି ।

୨୦୧୩ରେ ଅଭିଯୋଗକାରିଣୀ ହାଇଦ୍ରାବାଦରେ ଏକ ମାମଲା ରୁଜୁ କରି ଦାବି କରିଥିଲେ ଯେ, ଆବେଦନକାରୀଙ୍କ ସହ ୨୦୦୮ରେ ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କର ବାହାଘର ହୋଇଥିଲା । କିନ୍ତୁ ପୁରୁଷ ଜଣକ ଖ୍ରୀଷ୍ଟିଆନ ହୋଇଥିବା ବେଳେ ମହିଳା ଜଣେ ହିନ୍ଦୁ । ହେଲେ ଆବେଦନକାରୀ ଅଭିଯୋଗକୁ ଅସ୍ୱୀକାର କରି ଅଭିଯୋଗକାରିଣୀ ମହିଳାଙ୍କ ସହ ବିବାହ ହୋଇନାହିଁ କିମ୍ବା ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ ବୋଲି ସେ କହିଛନ୍ତି । ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ପରବର୍ତ୍ତୀ ଶୁଣାଣି ଆସନ୍ତା ମାସରେ କରିବାକୁ ଧାର୍ଯ୍ୟ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com