ଓଡ଼ିଶା

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଚିକିତ୍ସା ପାଇଁ ଏସସିବି ସ୍ଥାନାନ୍ତର

ସାଲେପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ମରଣାନ୍ତକ ଆକ୍ରମଣ । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ଥାନା ମାଛୁଆତି ଗ୍ରାମରୁ । ମାଛୁଆତି ଗ୍ରାମର ଅଜୟ କୁମାର ମଲ୍ଲିକ, ସନ୍ତୁ ରାଓ , ଶାଙ୍କି ନାୟକ ଓ ରିଣ୍ଟୁ ମଲ୍ଲିକ ମିଶି ସଂଘବଧଭାବେ କରିଥିଲେ ଆକ୍ରମଣ । ଆକ୍ରମଣରେ ମାଛୁଆତି ଗ୍ରାମର ରାକେଶ ସ୍ୱାଇଁ ଗୁରୁତର ।

ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ମେଡିକାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି । ରାକେଶଙ୍କ ପିଠି ଓ ବେକରେ ହଣାଯାଇଛି ଓ ତାଙ୍କ ପାଖରୁ ସୁନା ଚେନ, ମୁଦି, ୫ହଜାର ଟଙ୍କାକୁ ମଧ୍ୟ ଛଡାଇ ନେଇଥିଲେ । ଏନେଇ ରାକେଶର ମା କାମିନୀ ସ୍ୱାଇଁ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ମାଛୁଆତି ଅଂଚଳରେ ସ୍ଵପ୍ନ ମହଲ ଯାତ୍ରାପାର୍ଟି ଯାତ୍ରା କରୁଥିଲା ।

ଏହି ଯାତ୍ରାରେ ମାଛୁଆତି ଅଞ୍ଚଳର ରାକେଶ ସ୍ୱାଇଁ ଓ ମନୁ ଜେନା ଯାତ୍ରା ପଡ଼ିଆରେ ଦୋକାନ କରିଥିଲେ । ମାଛୁଆତି ଗ୍ରାମର ଅଜୟ କୁମାର ମଲ୍ଲିକ, ସନ୍ତୁ ରାଓ , ଶାଙ୍କି ନାୟକ ଓ ରିଣ୍ଟୁ ମଲ୍ଲିକ ରାକେଶ ସ୍ୱାଇଁଙ୍କୁ ବାକି ମାଗିଥିଲେ । ରାକେଶ ସ୍ୱାଇଁ ବାକି ନ ଦେବାରୁ ୪ଜଣ ଯାକ ଯୁବକ ମିଶି ଫାର୍ସା ସାହାଯ୍ୟରେ ରାକେଶ ସ୍ୱାଇଁଙ୍କ ବେକ ଓ ପିଠିକୁ ଆକ୍ରମଣ କରିଥିଲେ ।

ଗୁରୁତର ଅବସ୍ଥାରେ ଯୁବକ ରାକେଶ ସ୍ୱାଇଁଙ୍କୁ ପ୍ରଥମେ ସାଲେପୁର ମେଡିକାଲରେ ଚିକିତ୍ସାପାଇଁ କରାଯାଇଥିଲା ଭର୍ତ୍ତି । ସେଠାରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ମେଡିକାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com