ଜାତୀୟ

ବଡ଼ ଅଘଟଣ, ପତାକା ଉତ୍ତୋଳନ ବେଳେ କରେଣ୍ଟ ଲାଗି ଶିଶୁର ମୃତ୍ୟୁ

ପାଟଣା() ଭାରତ ଆଜି ତା’ର ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। କିନ୍ତୁ ଏହାରି ଭିତରେ ବିହାରରୁ ଆସିଛି ଏକ ଦୁଃଖଦ ଖବର। ବିହାରର ବକ୍ସରରେ ଧ୍ୱଜାରୋହଣ ବେଳେ ଘଟିଛି ବଡ଼ ଅଘଟଣ। ବିଦ୍ୟୁତ ଆଘାତରେ ଜଣେ ଶିଶୁର ମୃତ୍ୟୁ ହୋଇଛି। ଏହାଛଡ଼ା କିଛି ଶିଶୁ ଗୁରୁତର ଭାବେ ଆଘାତପ୍ରାପ୍ତ ମଧ୍ୟ ହୋଇଛନ୍ତି। ସମସ୍ତ ଆହତଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଡାକ୍ତରଙ୍କ କହିବା ଅନୁଯାୟୀ, ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ପିଲାର ମୃତ୍ୟୁ ହୋଇଥିବା ବେଳେ ଏବେବି ବାକି ପିଲାମାନଙ୍କର ଚିକିତ୍ସା ଚାଲିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ପରିବାର ଲୋକେ ମଧ୍ୟ ଅସହାୟ ହୋଇପଡ଼ିଛନ୍ତି। ଘଟଣାର ପୂରା ତଦନ୍ତ ପାଇଁ ଏକ ଟିମ୍ ଗଠନ କରାଯାଇଛି। ପାଇପରେ କେମିତି କରେଣ୍ଟ ଆସିଲା, ତାକୁ ନେଇ ପ୍ରଶ୍ନ ଉଠାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com