Featuredଜାତୀୟରାଜନୀତି

ସତ୍ୟେନ୍ଦ୍ର ଜୈନଙ୍କୁ କୋର୍ଟରୁ ବଡ ଝଟକା

ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ କୋର୍ଟରୁ ବଡ ଝଟକା ମିଳିଛି । ଜୈନଙ୍କ ଦ୍ୱାରା ତାଙ୍କୁ ଜେଲରେ ଧର୍ମିକ ଆଧାରରେ ଜେଲରେ ଖାଦ୍ୟ ମିଳୁ ବୋଲି ଯେଉଁ ଆବେଦନ ହୋଇଥିଲା ତାହାକୁ ରାଓଜ ଏଭିନ୍ୟୁ କୋର୍ଟ ଖାରଜ କରିଦେଇଛନ୍ତି । ଜୈନ କୋର୍ଟରେ ଆବେଦନ କରିଥିଲେ କି ତାଙ୍କୁ ଜେଲ ପ୍ରଶାସନ ତରଫରୁ ପନିପରିବା, ଓ ଫଳ ଯୁକ୍ତ ଖାଦ୍ୟ ଉପଲବ୍ଧ କରାଯାଉ । ଜୈନ ତାଙ୍କ ଆବେଦନରେ ଜୈନ ଧର୍ମର ଆହର ତାଙ୍କୁ ଯୋଗାଇ ଦିଆଯାଉ । ଏହାସହ ସେ ଲେଖିଥିଲେ କି ସେ ମନ୍ଦିର ଯିବା ବିନା କୌଣସି ଖାଦ୍ୟ ଗ୍ରହଣ କରନ୍ତି ନାହିଁ । ଏହାସହ ସେ ଉପବାସ ଦିନ କେବଳ ଫଳ ଖାଇଥାନ୍ତି । ଏଣୁ କୋର୍ଟ ଜେଲ ପ୍ରଶାସନକୁ ନିର୍ଦ୍ଦେଶ ଦିଅନ୍ତୁ କି ତାଙ୍କୁ ଧାର୍ମିକ ଆଧାରରେ ଖାଦ୍ୟ ଯୋଗାଇ ଦିଆଯାଉ ।

Related Articles

Back to top button
WP Twitter Auto Publish Powered By : XYZScripts.com