Breaking NewsFeaturedରାଜନୀତି

ଖୋର୍ଦ୍ଧାରେ Congress ର ପରିବର୍ତ୍ତନ ସମାବେଶ, BJD ଓ BJP ବିରୋଧରେ ଗର୍ଜିଲେ ନେତା

ଏକାଠି ହେଲା କଂଗ୍ରେସ । ସମବେତ ହେଲେ ସମସ୍ତ ନେତା । ଡାକରା ଦେଲେ ପରିବର୍ତ୍ତନର ଆଉ ଗର୍ଜିଲେ ବିଜେଡି ଓ ବିଜେପିର ଜନବିରୋଧୀ ଶାସନ ବିରୋଧରେ । ଖୋର୍ଦ୍ଧାରେ ଶୁକ୍ରବାର ଦେଖିବାକୁ ମିଳିଛି ଏଭଳି ରାଜନୀତିକ ଦୃଶ୍ୟ । ଆଉ ସାମିଲ ହୋଇଥିଲେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ବିଜୟ ପଟ୍ଟନାୟକ, ଗଣେଶ୍ୱର ବେହେରା, ପ୍ରସାଦ ହରିଚନ୍ଦନ, ଜଟଣୀ ବିଧାୟକ ସୁର ରାଉତରାୟ….ଙ୍କ ଭଳି କଂଗ୍ରେସର ବଡ଼ ନେତୃମଣ୍ଡଳୀ । ସମସ୍ତଙ୍କ ଲକ୍ଷ୍ୟ ଲୋକଙ୍କୁ କେମିତି ମିଳିବ ସୁଶାସନ । ଆଉ ଏଇଥି ପାଇଁ… ଶୁକ୍ରବାର ପୂର୍ବାହ୍ନରୁ ଜେବି ପଟ୍ଟନାୟକ ପାର୍କ ନିକଟରୁ ଆରମ୍ଭ ହୋଇଥିଲା ବିଶାଳ ଶୋଭାଯାତ୍ରା । ଏହି ରାଲି ପହଞ୍ôଚ ଥିଲା ହାବେଳି ପଡ଼ିଆ ସ୍ଥିତ ସଭାସ୍ଥଳକୁ । ଆଉ ଏଥିରେ ସାମିଲ୍ ହୋଇଥିଲେ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତା-କର୍ମୀ । ଦେଖନ୍ତୁ ଭିଡିଓ….

Related Articles

Back to top button
WP Twitter Auto Publish Powered By : XYZScripts.com