ଜାତୀୟମନୋରଞ୍ଜନ

ଅଭିନେତ୍ରୀଙ୍କୁ ଫ୍ଲାଇଟରେ ହେଲା ଦୁର୍ବ୍ୟବହାର, ଅଭିଯୋଗ ପରେ କ୍ଷମା ମାଗିଲେ କର୍ମଚାରୀ

ନୂଆଦିଲ୍ଳୀ : ବଲିଉଡ ଏବଂ ସାଉଥ ଇଣ୍ଡଷ୍ଟ୍ରିର ତାଙ୍କ ଶାନ୍ତ ପ୍ରକୃତି ଓ ସୁନ୍ଦରତାଙ୍କ ପାଇଁ ବେଶ୍ ଜଣାଶୁଣା। ଏବେ ପୂଜା ହେଗଡେଙ୍କ ନାମ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଉଡ଼ାଣରେ ତାଙ୍କ ସହ ହୋଇଥିବା ଦୁର୍ବ୍ୟବହାରକୁ ଦର୍ଶାଇ ଅଭିନେତ୍ରୀ ବିମାନ ସେବାରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ପୂଜା ହେଗଡେ ଟ୍ୱିଟର ମାଧ୍ୟମରେ ତାଙ୍କ ସହ ହୋଇଥିବା ଦୁର୍ବ୍ୟବହାର କରାଯାଇଥିବା କାହାଣୀକୁ ବର୍ଣ୍ଣନା କରିଛନ୍ତି। ଏହି ଘଟଣା ବିଷୟରେ ଉଲ୍ଲେଖ କରି ଅଭିନେତ୍ରୀ ଇଣ୍ଡିଗୋ ଏୟାରାଇନ୍ ଟ୍ୟାଗ୍ କରିଛନ୍ତି ।

ପୂଜା ହେଗଡେ ଟ୍ୱିଟ୍ କରି ନିଜର ରାଗକୁ ପ୍ରକାଶ କରିଛନ୍ତି ଏବଂ ସେ ଲେଖିଛନ୍ତି, ‘ଇଣ୍ଡିଗୋ ଏୟାରଲାଇନ୍ସର କର୍ମଚାରୀ ଭିପୁଲ ନାକାସେ ଆଜି ମୁମ୍ବାଇରୁ ବିମାନ ଉଡ଼ାଣ ବେଳେ ଆମ ସହ ଖରାପ ବ୍ୟବହାର କରିଥିଲେ।’ ଆମ ସହିତ ଏକ ଅହଂକାରୀ, ଅଜ୍ଞାନ ଏବଂ ଧମକପୂର୍ଣ୍ଣ ସ୍ୱରରେ କଥା ହେଲେ ତାହା ପୁଣି ବିନା କାରଣରେ । ପୂଜା ହେଗଡେଙ୍କ ଏହି ଟ୍ୱିଟ୍‌ କରିବା ପରେ ବିମାନ ସେବା ତରଫରୁ ତୁରନ୍ତ ପ୍ରତିକ୍ରିୟାରେ କ୍ଷମା ମାଗିଛନ୍ତି। କହିଛନ୍ତି ଏହି ପ୍ରକାରର ବ୍ୟବହାର ପାଇଁ କ୍ଷମା ମାଗୁଛି ।

କହିବାକୁ ଗଲେ ଏହା ପ୍ରଥମ ଥର ପାଇଁ ହୋଇନାହିଁ । ପୂର୍ବରୁ ମଧ୍ୟ ଅନେକ କଳାକାର ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ । ପୂଜା ହେଗଡେଙ୍କ ଟ୍ୱିଟରେ ଲୋକମାନେ ସାମନ ପ୍ରତିକ୍ରିୟା ଦେଉଛନ୍ତି। କିଛି ଲୋକ ତାଙ୍କ ଟ୍ୱିଟ୍ର କ୍ୟାପସନ ପଢିବା ମାତ୍ରେ ପୂଜା ହେଗଡେଙ୍କୁ ସମର୍ଥନ କରୁଥିବାର ଦେଖିବାକୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com