Featuredଜାତୀୟ

ସହମତିରେ ଯୌନ ସମ୍ପର୍କ ନୁହେଁ ଦୁଷ୍କର୍ମ

ଲିଭଇନ୍‌ରେ ରହି ଆଣି ପାରିବେ ନାହିଁ ବଳତ୍କାର ଅଭିଯୋଗ । ସହମତିରେ ଯୌନ ସମ୍ପର୍କ ପରେ ମତାନ୍ତର ଯୋଗୁଁ ବଳତ୍କାର ଅଭିଯୋଗ ଆଣିବା ଏବେ ମହଙ୍ଗା ପଡ଼ିବ । ସହମତିରେ ୫ ବର୍ଷ ସମ୍ବନ୍ଧ ରଖିବା ପରେ ମହିଳା ପୁରୁଷଙ୍କ ନାମରେ ଆଣି ପାରିବେ ନାହିଁ ବଳତ୍କାରର ଅଭିଯୋଗ । ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । କୋର୍ଟ କହିଛନ୍ତି ଯେ ସହମତିରେ ୫ ବର୍ଷର ଯୌନ ସମ୍ବନ୍ଧକୁ ବଳାତ୍କାର ବୋଲି କୁହାଯାଇପାରିବନି। ଜଷ୍ଟିସ୍ ଏମ୍. ନାଗପ୍ରସନ୍ନ କହିଛନ୍ତି ଯେ ଯୌନ ସମ୍ବନ୍ଧ ପାଇଁ ମହିଳାଙ୍କ ସହମତି ଦୀର୍ଘ ୫ ବର୍ଷ ପାଇଁ ଥିଲେ ଆଇପିସିର ଧାରା ୩୭୫ ଓ ୩୭୬ ଅଧୀନରେ ବଳାତ୍କାର ପର୍ଯ୍ୟାୟଭୁକ୍ତ କରି ପୁରୁଷ ଜଣଙ୍କୁ ଦୋଷୀ ସାବ୍ୟସ୍ତ ଓ ଦଣ୍ଡିତ କରାଯାଇପାରିବ ନାହିଁ।
ସୂଚନା ଅନୁଯାୟୀ , ବେଙ୍ଗାଲୁରୁର ପୁରୁଷଙ୍କ ସହ ଜଣେ ମହିଳାଙ୍କର ୫ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ। କିନ୍ତୁ ଉଭୟ ଭିନ୍ନ ଜାତିର ହୋଇଥିବାରୁ ସେମାନଙ୍କ ପାଇଁ ପରିବାରର ସମ୍ମତି ମିଳି ନଥିଲା । ଏହାପରେ ମହିଳା ଜଣକ ପୁରୁଷଙ୍କ ବିରୋଧରେ ତଳକୋର୍ଟରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ। ପୁରୁଷ ଜଣକ ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ହାଇକୋର୍ଟ ପୁରୁଷଙ୍କ ବିରୋଧରେ ଆଗତ ଦୁଷ୍କର୍ମ ମାମଲାକୁ ଖାରଜ କରିଦେବା ସହ ତାଙ୍କ ବିରୋଧରେ ଧାରା ୩୨୩ ଓ ୫୦୬ ଅନୁଯାୟୀ ମାମଲା ଚାଲିପାରିବ ବୋଲି କହିବା ସହିତ ଏହି ଯୁଗାନ୍ତକାରୀ ରାୟ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com