Breaking NewsFeaturedରାଜନୀତି

ଆଇଏନଡିଆଇଏ ମେଂଟ ଗଠନର ଉଦେ୍ଦଶ୍ୟ କଣ, କହିଲେ ଖଡଗେ ।

‘କୁଆଡେ ଗଲା ପ୍ରତିବର୍ଷ ୨ କୋଟି ଚାକିରି ପ୍ରତିଶ୍ରୁତି। ବେରୋଜଗାରୀ ଦେଶର ସବୁଠାରୁ ଜ୍ୱଳନ୍ତ ପ୍ରସଙ୍ଗ।’ ଏଭଳି କିଛି କହି ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରକୁ ଟାର୍ଗେଟ କରି ଖାଡ଼ଗେ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି, ଦେଶର ଯୁବକମାନେ ପଚାରୁଛନ୍ତି ବର୍ଷକୁ ୨ କୋଟି ଚାକିରି କୁଆଡେଗଲା? ନିଯୁକ୍ତି ପରୀକ୍ଷା ଏବଂ ଚାକିରି ସୁରକ୍ଷିତ କରିବା ମଧ୍ୟରେ ପ୍ରକ୍ରିୟା ଏତେ ଜଟିଳ କାହିଁକି?

ଜୁଲାଇ ୨୦୨୨ରୁ ଜୁନ୍ ୨୦୨୩ ମଧ୍ୟରେ ହୋଇଥିବା ପିରିଓଡିକ୍ ଲେବର ଫୋର୍ସ ସର୍ଭେ (ପିଏଲ୍ଏଫ୍ଏସ୍)କୁ ଉଦାହରଣ ଦେଇ କଂଗ୍ରେସର ଏହି ଶୀର୍ଷ ନେତା କହିଛନ୍ତି, ୧୫ରୁ ୨୯ ବର୍ଷ ବୟସର ବ୍ୟକ୍ତିଙ୍କ ବେକାରି ହାର ୧୦ ପ୍ରତିଶତ ରହିଛି। ଜୁଲାଇ ୨୦୨୨-ଜୁନ୍ ୨୦୨୩ ଅବଧିରେ ୧୫-୧୯ ବର୍ଷ ବୟସ ବର୍ଗରେ ଦେଶରେ ଗାଁ ଗୁଡିକରେ ବେକାରୀ ହାର ୮.୩ ପ୍ରତିଶତ ଥିବା ବେଳେ ଏହି ସମୟ ମଧ୍ୟରେ ସେହି ବର୍ଗପାଇଁ ସହରାଞ୍ଚଳ ବେକାରୀ ୧୩.୮ ପ୍ରତିଶତ ରହିଛି। ସେହିପରି ଏମ୍ଏସ୍ଏମ୍ଇ କ୍ଷେତ୍ର କାହିଁକି ନଷ୍ଟ ହେଲା, କୋଟି କୋଟି ଯୁବକଯୁବତୀଙ୍କ ଚାକିରି ଛଡ଼ାଇ ନିଆଗଲା ଓ ସେମାନଙ୍କ ଭବିଷ୍ୟତ ନଷ୍ଟ କାହିଁକି ହୋଇଛି ବୋଲି ଖାଡ଼ଗେ ସୋଶାଲ ମିଡିଆରେ ପୋଷ୍ଟ କରି ବିଜେପିକୁ ପ୍ରଶ୍ନ କରିଛନ୍ତି।

ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧି ବି ବେରୋଜଗାର ନେଇ ମୋଦି ସରକାରଙ୍କୁ କରିଥିଲେ ଟାର୍ଗେଟ । ସଂସଦରେ ସୁରକ୍ଷା ତ୍ରୁଟି ନେଇ ବି ବେକାରୀ ସମସ୍ୟାକୁ ଦାୟୀ କରିଥିଲେ । ସେଥିପାଇଁ ଦେଶକୁ ବଂଚାଇବା ପାଇଁ ଆଇଏନଡିଆଇଏ ମେଂଟ ଗଠନ କରିଛୁ ବୋଲି କହିଛନ୍ତି ଖଡଗେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com