Featuredଓଡ଼ିଶାଜାତୀୟସ୍ୱାସ୍ଥ୍ୟ

ଦେଶରେ ଔଷଧର ଗୁଣବତ୍ତା ନେଇ ଗଠିତ ହେବ ନ୍ୟାସନାଲ ଡ୍ରଗ୍ସ ଡାଟାବେସ

ଜାଲ୍ ମେଡିସିନର ପ୍ରସାର ରୋକିବାକୁ ବଡ଼ ପଦକ୍ଷେପ । ଦେଶରେ ଔଷଧର ଗୁଣବତ୍ତା ନେଇ ଗଠିତ ହେବ ନ୍ୟାସନାଲ ଡ୍ରଗ୍ସ ଡାଟାବେସ । ଏହି କମିଟି ଡ୍ରଗ୍ସ ପ୍ରସ୍ତୁତିଠାରୁ ଆରମ୍ଭ କରି ଦେଶବ୍ୟାପୀ ଏହାର ମାର୍କେଟିଂ ଯାଏ ସବୁକିଛି ଅନୁଧ୍ୟାନ କରିବ । ପ୍ୟାନେଲରେ ରହିବେ ୭ଜଣ ସଦସ୍ୟ । ଏହି ପ୍ୟାନେଲ ଆସନ୍ତା ୩ ମାସ ମଧ୍ୟରେ ବିଭିନ୍ନ ସୁପାରିସ ସହ ଡାଟାବେସ ଦାଖଲ କରିବେ । ଦେଶରେ ଜାଲ୍ ମେଡିସିନର ପ୍ରସାର ବ୍ୟାପକ ହେଉଥିବାବେଳେ ଏହାକୁ ରୋକିବାରେ ସକ୍ଷମ ହେବ ଡାଟାବେସ । ବିକ୍ରି ହେଉଥିବା ସମସ୍ତ ଔଷଧର ତଥ୍ୟ ଏହି ଡାଟାବେସରେ ଉପଲବ୍ଧ ରହିବା ଫଳରେ ଖାଉଟିମାନେ ପ୍ରତ୍ୟେକ ଔଷଧ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିପାରିବେ । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଔଷଧର ଡୋଜ, ଏହାର କ୍ଷମତା, ପ୍ରସ୍ତୁତକର୍ତ୍ତା, ଡିଲର, ଆମଦାନିକାରୀ ସମ୍ପର୍କରେ ସବିଶେଷ ତଥ୍ୟ ଏହି ପ୍ୟାନେଲ ନିକଟରେ ରହିବ । ଭାରତର ଔଷଧ ମହାନିୟନ୍ତ୍ରକ ଭି.ଜି. ସୋମାନିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ପ୍ୟାନେଲ କାର୍ଯ୍ୟ କରିବ । ସୋମାନି କହିଛନ୍ତି – ଏହି ନିଷ୍ପତ୍ତି ଦ୍ବାରା ଖାଉଟିମାନେ ନିଜ ଅଧିକାର ପାଇବେ ଏବଂ ମନିଟରିଂ ବ୍ୟବସ୍ଥା ଅଧିକ ସଶକ୍ତ ହେବ । ସାରା ଦେଶରେ ଏକକ ଡ୍ରଗ୍ସ ପ୍ରଶାସନ ବ୍ୟବସ୍ଥା ବି କାର୍ଯ୍ୟକାରୀ ହୋଇପାରିବ । କମିଟିର ସଦସ୍ୟ ରହିବେ- ଖାଦ୍ୟ ଓ ଔଷଧ ନିୟନ୍ତ୍ରଣ ପ୍ରଶାସନ ବା ଏଫଡିସିଏ କମିଶନର ଡାକ୍ତର ଏଚ.ଜି. କୋଶିଆ, ଏମସର ଡାକ୍ତର ପୂଜା ଗୁପ୍ତା, ଆଇସିଏମଆରର ବୈଜ୍ଞାନିକ ଡାକ୍ତର ଜେରିଆନ ଜୋସ ପ୍ରମୁଖ । ଭାରତର ଯୁଗ୍ମ ଡ୍ରଗ୍ସ କଣ୍ଟ୍ରୋଲର ଏ.କେ. ପ୍ରଧାନ ରହିବେ ପ୍ୟାନେଲର ଆବାହକ ।

Related Articles

Back to top button
WP Twitter Auto Publish Powered By : XYZScripts.com