Featuredଜାତୀୟରାଜନୀତି

ସଦସ୍ୟତା ରଦ୍ଦ ପରେ ଆଜି ରାହୁଲଙ୍କ ସାମ୍ବାଦିକ ସମ୍ମିଳନୀ

ସଂସଦୀୟ ସଦସ୍ୟତା ରଦ୍ଦ ହେବା ପରେ ଏବେ ଦଳର ନେତା ବୈଠକ କରିଛନ୍ତି । ଆଉ ଆଗାମୀ ରଣନୀତି ସମ୍ପର୍କରେ ଯୋଜନା ପ୍ରସ୍ତୁତ କରିଛନ୍ତି । କଂଗ୍ରେସ ବୈଠକରେ ଜଣେ ସାଂସଦ ପ୍ରସ୍ତାବ ଦେଇଥିଲେ ଯେ ସମସ୍ତ ସାଂସଦଙ୍କୁ ଇସ୍ତଫା ଦେଇଦେବା ଦରକାର । ତେବେ ଏହି ପ୍ରସ୍ତାବ ଉପରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତିି ନିଆଯାଇନାହିଁ । କର୍ଣ୍ଣାଟକ ନିର୍ବାଚନରେ ଦଳକୁ ପୂରା ଶକ୍ତି ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ବୈଠକରେ ପ୍ରିୟଙ୍କା ଗାନ୍ଧୀ କହିଥିବା ସୂଚନା ମିଳିଛି ।

କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରେ ଅଲଗା ବୈଠକ ହୋଇଛି । ଯେଉଁଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିଜାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧୀ, ଅଶୋକ ଗେହଲଟ, ରଣଦୀନ ସୁର୍ଜେୱାଲା ଓ କେସି ଭେଣୁଗୋପାଳଙ୍କ ଭଳି ପ୍ରମୁଖ ନେତା ସାମିଲ ଥିଲେ । ତେବେ ଆଜି ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀରେ ନିଜ ମତ ରଖିବାର ସୂଚନା ଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com