ଜାତୀୟ

କଂଗ୍ରେସ ନେତା ସୂର୍ଯେୱାଲାଙ୍କ ପାଟିରୁ ଖସିଲା କଥା; ଦ୍ରୌପଦୀଙ୍କ କଥା କହୁ କହୁ କହିଲେ ସୀତାଙ୍କର ବସ୍ତ୍ରହରଣ ପରି ବିଜେପି…

ନୂଆଦିଲ୍ଲୀ: ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ପାଇଁ ଦେଶ ବିଦେଶରେ ହୋ ହଲ୍ଲା ଚାଲିଥିବା ବେଳେ ଏବେ କଂଗ୍ରେସ ନେତା ସୂର୍ଯେୱାଲାଙ୍କ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି।

ସୂର୍ଯେୱାଲା କେନ୍ଦ୍ର ସରକାରକୁ ଟାର୍ଗେଟ୍ କରି ଗଣମାଧ୍ୟମକୁ ସମ୍ବୋଧନ କଲା ବେଳେ ଦ୍ରୌପଦୀଙ୍କ ବସ୍ତ୍ରହରଣ ସ୍ଥାନରେ ସୀତାଙ୍କର ବସ୍ତ୍ରହରଣ ହୋଇଥିଲା ବୋଲି କହିଥିଲେ। ଯାହାକୁ ନେଇ ବିଜେପି ବିବାଦ ଆରମ୍ଭ କରିଦେଇଛି। ଇଡିକୁ ଅସ୍ତ୍ର କରି କେନ୍ଦ୍ର ସରକାର ଦେଶରେ ଗଣତନ୍ତ୍ର ବ୍ୟବସ୍ଥାର ବସ୍ତ୍ରହରଣ କରୁଛି ବୋଲି କହିବା ବେଳେ ସୂର୍ଯେୱାଲାଙ୍କ ପାଟିରୁ କଥା ଖସିଯାଇଥିଲା।

ସେ କହିଥିଲେ ଯେ ‘କ୍ଷମତାଧାରୀ ଦଳ ଇଡି, ସିବିଆଇ ଓ ଇନ୍‌କମ ଟ୍ୟାକ୍ସ ବଳରେ ଆସିଛି। ସେମାନେ ଗତ ରାଜ୍ୟସଭା ନିର୍ବାଚନରେ ବିଜେପି ମୁକା ଖାଇଥିଲେ। ଏଥର ବି ଖାଇବ। ସତ ଜିତିବ, ବହୁମତରେ ଜିତିବ, ପ୍ରଜାତନ୍ତ୍ର ଜିତିବ ଓ ଆଇନ ଜିତିବ। ମିଛର ଆବରଣ ପିନ୍ଧୁଥିବା ଲୋକେ ଯେମିତି ଦିନ ସୀତା ମାଆଙ୍କର ଚୀରହରଣ(ବସ୍ତ୍ରହରଣ) ହୋଇଥିଲା ସେମିତି ସେମାନେ ପ୍ରଜାତନ୍ତ୍ରର ବସ୍ତ୍ରହରଣ କରିବାକୁ ଚାହୁଁଛନ୍ତି। ସେମାନେ ନିଶ୍ଚୟ ହାରିବେ। ’

ସୂର୍ଯେୱାଲା ପ୍ରକୃତରେ ଦ୍ରୌପଦୀଙ୍କର ବସ୍ତ୍ରହରଣ କଥା କହୁଥିଲେ। ହେଲେ  ସୀତାଙ୍କ କଥା କହିବାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। ସୂର୍ଯେୱାଲାଙ୍କର ଏହି ଭିଡିଓ ଏବେ ଭାଇରାଲ ହେଉଛି। ବିଜେପି ଏହାକୁ ସମାଲୋଚନା କରି କଂଗ୍ରେସ ରାମଙ୍କର  ଅବସ୍ଥିତିକୁ ଅସ୍ୱୀକାର କରୁଛି ବୋଲି ବିଜେପି ଅଭିଯୋଗ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com