ଜାତୀୟମନୋରଞ୍ଜନ

କେବେ ବିବାହ କରିବେ ଚୁଲ୍‌ବୁଲି ରଶ୍ମିକା ମନ୍ଦାନା, ଅଭିନେତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ ୧୭।୦୨: ସାଉଥର ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ସହ ଫିଲ୍ମ ‘ପୁଷ୍ପା’ରେ ଅଭିନୟ କରିଥିବା ଅଭିନେତ୍ରୀ ରଶ୍ମିକା ଏବେ ଚର୍ଚ୍ଚାରେ। ବିଶେଷକରି ଫିଲ୍ମ ‘ପୁଷ୍ପା’ ହିଟ୍ ହେବା ପରେ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ତାଙ୍କ ସୁନ୍ଦରତା, ଷ୍ଟାଇଲ୍‌ ଓ ଏକ୍ସପ୍ରେସନ୍‌ ପାଇଁ ଖୁବ୍‌ ଚର୍ଚ୍ଚାରେ ଥାନ୍ତି ।  କୁହାଯାଇଛି ଯେ ରଶ୍ମିକା ଖୁବ ଶୀଘ୍ର ତାଙ୍କର ପ୍ରଥମ ବଲିଉଡ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମ ସହ ତାଙ୍କ ଲଭ ଲାଇଫ୍‌କୁ ନେଇ ମଧ୍ୟ ଆଲୋଚନାକୁ ଆସନ୍ତି ।

ନିକଟରେ ଏକ ଗଣମାଧ୍ୟମ ସାକ୍ଷାତକାରରେ, ଯେତେବେଳେ ରଶ୍ମିକାଙ୍କୁ ତାଙ୍କ ପ୍ରେମ-ସମ୍ପର୍କ ଏବଂ ବିବାହ ବିଷୟରେ ପଚରାଯାଇଥିଲା ,ସେତେବେଳେ ସେ ଅନେକ ଖୁଲାସା କରିଥିଲେ। ସେ କହିଥିଲେ ଯେ, “ମୋ ପାଇଁ ପ୍ରେମ ହେଉଛି ଯେତେବେଳେ ଦୁହେଁ ପରସ୍ପରକୁ ସମ୍ମାନ ଏବଂ ସମୟ ଦେବା ଉଚିତ୍‌ । ଯେତେବେଳେ ଦୁହେଁ ଦୁହିଁଙ୍କୁ ସୁରକ୍ଷିତ ଅନୁଭବ କରିଥାଉ। ପ୍ରେମ ବର୍ଣ୍ଣନା କରିବା କଷ୍ଟକର କାରଣ ଏହା ଭାବନା ଓ ଅନୁଭବ ବିଷୟରେ ଅଟେ। ପ୍ରେମ କେବଳ ସେତେବେଳେ ହୋଇଥାଏ ଯେତେବେଳେ ଉଭୟ ପାର୍ଶ୍ବରୁ ହୋଇଥାଏ । ପରେ ତାଙ୍କୁ ପଚରାଯାଇଥିଲା କି କେବେ ବିବାହ କରିବେ , କେବେ ଯୋଜନା ରହିଛି । ଏହାର ଉତ୍ତରରେ କହିଥିଲେ କି ଏ ବିଷୟରେ ମୋତେ କିଛି ଜଣା ନାହିଁ । ମୁଁ ସେ ବିଷୟରେ କିଛି ଭାବି ନାହିଁ , କାହିଁକି ନା ଏବେ ମୁଁ ଛୋଟ ଅଛି । ହଁ ସେହି ଭଳି ଭଲ ବ୍ୟକ୍ତି ବି ହେବା ଉଚିତ୍‌ । ଯିଏ ଏହାକୁ ଭଲ ଭାବରେ ବୁଝି ପାରୁଥିବ ।

ଏହା ବ୍ୟତୀତ ରଶ୍ମିକା ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତାଙ୍କ ସହିତ ଦୁଇଟି ବଲିଉଡ୍ ଫିଲ୍ମ ରହିଛି । ଯେଉଁଥିରେ ପ୍ରଥମଟି ହେଉଛି ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ ‘ମିଶନ ମଜନୁ’ ଏବଂ ଦ୍ୱିତୀୟଟି ହେଉଛି ଅମିତାଭ ବଚ୍ଚନଙ୍କ ସହିତ ‘ଶୁଭ ବିଦାୟ’ ଭଳି ଏକ ବ୍ଲକବଷ୍ଟର ଫିଲ୍ମ ରହିଛି ।  ଏହା ଚଳିତ ବର୍ଷ ରିଲିଜ୍‌ ହେବ ବୋଲି କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com