ଜାତୀୟ

ଆମେରିକାକୁ ଏୟାର ଇଣ୍ଡିଆ ଓ ଦୁବାଇ ଏମିରେଟ୍‌ ବନ୍ଦ କଲେ ବିମାନ ସେବା!

ନୂଆଦିଲ୍ଲୀ() ଆମେରିକାର ବିମାନ ବନ୍ଦରରେ ଆଜିଠୁ ଆରମ୍ଭ ହୋଇଛି 5G ଇଣ୍ଟରନେଟ୍‌ ସେବା। ତେବେ ଏହି 5G ସେବା ବିମାନ ପାଇଁ ବିପଦ ସୃଷ୍ଟି କରିପାରେ। ଏଥିପାଇଁ ଏୟାର ଇଣ୍ଡିଆ ଆମେରିକାରୁ ଯାଉଥିବା ତା’ର ସମସ୍ତ ବିମାନକୁ ରଦ୍ଦ କରିଛି। ଆଉ ସମାନ କାରଣ ପାଇଁ ଦୁବାଇ ଏମିରେଟ୍‌ସ୍‌, ନିପନ୍ ଏୟାରୱେଜ୍, ଜାପାନ ଏୟାରଲାଇନ୍ସ ମଧ୍ୟ ନିଜ ନିଜ ବିମାନ ଉଡାଣ ବାତିଲ କରିଛନ୍ତି।

ଜାନୁଆରୀ ୧୯ ଅର୍ଥାତ ଆଜିଠାରୁ ଆମେରିକାରେ 5G ସେବା ଆରମ୍ଭ ହୋଇଛି। ତେବେ ଏହି ସେବା ଯଦି ଆରମ୍ଭ ହୁଏ ତା’ହେଲେ ପୂର୍ବରୁ ଏୟାର ଇଣ୍ଡିଆ ନିଜ ବିମାନ ରଦ୍ଦ କରିବ ବୋଲି କହିଥିଲା। ଆଉ ଏବେ ଏୟାର ଇଣ୍ଡିଆ ଟ୍ୱିଟ୍‌ କରି ତା’ର ୪ଟି ବିମାନ ସେବାକୁ ବାତିଲ କରିଥିବା ସୂଚନା ଦେଇଛି।

ଏୟାରଲାଇନ୍ସର ସୂଚନା ଅନୁସାରେ, ବିମାନ ଚଳାଚଳ ତାର ଅଫିସିଆଲ୍ ଟୁଇଟର ହ୍ୟାଣ୍ଡେଲ ମାଧ୍ୟମରେ ଯାତ୍ରୀମାନଙ୍କୁ ସୂଚନା ଦେଇଛି ଯେ ବୁଧବାର ଦିନ ଦିଲ୍ଲୀ-ଜେଏଫକେ-ଦିଲ୍ଲୀ ଏବଂ ମୁମ୍ବାଇ-ଇଡବ୍ଲ୍ୟୁ-ମୁମ୍ବାଇ ବିମାନ ଚଳାଚଳ କରିପାରିବ ନାହିଁ।

କରୋନା ପାଇଁ ଏବେ ବିମାନ ସେବା ସେଭଳି ସ୍ୱାଭାବିକ ହୋଇ ନାହିଁ। ଆମେରିକାରୁ ଭାରତକୁ ଆସିବା ପାଇଁ କେବଳ ଏୟାର ଇଣ୍ଡିଆ ହିଁ ବିମାନ ସେବା ଯୋଗାଉଛି। କିନ୍ତୁ ଏବେ ଆମେରିକାରେ 5G ସେବା ଆରମ୍ଭ ହେବା ପରେ ଆମେରିକାରୁ ଭାରତ ସିଧା ଆସିବା ଯାତ୍ରୀଙ୍କ ପାଇଁ କଷ୍ଟକର ହୋଇପାରେ।

ଏୟାରଲାଇନ୍ସ ଇଣ୍ଡଷ୍ଟ୍ରି କହିଛି, 5G ଆରମ୍ଭ ହେବା ଦ୍ୱାରା ଏହାର ପ୍ରଭାବ ବୈଷୟିକ କାରଣରୁ ବିମାନ ସେବା ଉପରେ ପଡିବ। ମୁଖ୍ୟତଃ ବିମାନ ଲ୍ୟାଣ୍ଡିଂ ବେଳେ ଇଞ୍ଜିନ୍‌ ଏବଂ ବ୍ରେକିଂ ସିଷ୍ଟମ ଉପରେ ଏହା ପ୍ରଭାବ ପକାଇବ। ତେଣୁ ଏପରି ଆଶଙ୍କା କରି ବିମାନ ସେବା ରଦ୍ଦ କରିଛନ୍ତି ଏହି ସବୁ କମ୍ପାନୀ।

ଉଲ୍ଲେଖ ଯୋଗ୍ୟ ଯେ, ୟୁଏସ୍‌ ଆଧାରିତ ଏୟାରଲାଇନ୍ସ ଗ୍ରୁପ ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA)କୁ ଚିଠି ଲେଖି ଚିନ୍ତା ମଧ୍ୟ ପ୍ରକଟ କରିଛନ୍ତି। 5G ଯୋଗୁଁ ଭୟଙ୍କର ବିମାନ ସଙ୍କଟ ଆସିପାରେ ବୋଲି ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି। ଏହି ୟୁଏସ୍‌ ଆଧାରିତ ଏୟାରଲାଇନ୍ସ ଗ୍ରୁପରେ ୟୁନାଇଟେଡ୍ ଏୟାରଲାଇନ୍ସ, ଆମେରିକାର ଏୟାରଲାଇନ୍ସ, ଡେଲ୍ଟା ଏୟାରଲାଇନ୍ସ ଏବଂ ଫେଡଏକ୍ସ ସାମିଲ ଅଛି।

Related Articles

Back to top button
WP Twitter Auto Publish Powered By : XYZScripts.com