ଜାତୀୟଶିକ୍ଷା

ସିଭିଲ ସର୍ଭିସ୍ ପରୀକ୍ଷାଫଳ ପ୍ରକାଶିତ, ପ୍ରଥମ ଚାରୋଟି ସ୍ଥାନରେ ଝିଅ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିଭିଲ ସର୍ଭିସ୍ ପରୀକ୍ଷା ଫଳ । ଏଥିରେ ୬୮୫ ଜଣ କୃତକାର‌୍ୟ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଭାରତୀୟ ପ୍ରାଶାସନିକ ସେବା-ଆଇଏଏସରେ ୧୮୦ ଜଣ, ଭାରତୀୟ ପୁଲିସ ସେବା ଆଇପିଏସରେ ୨୦୦ ଜଣ ଓ ଭାରତୀୟ ବିଦେଶ ସେବା-ଆଇଏଫ୍ଏସରେ ୩୭ ଜଣ ଅଛନ୍ତି । ତେବେ ପ୍ରଥମ ଚାରୋଟି ସ୍ଥାନରେ ଝିଅ ଅଛନ୍ତି । ଶ୍ରୁତି ଶର୍ମା ସର୍ବ ଭାରତୀୟ ରାଙ୍କର ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସେହିପରି ଉକ୍ତ ତାଲିକାରେ ଓଡ଼ିଶାର ଅଙ୍କୁର ଦାସ ୫୨, କାର୍ତ୍ତିକ ପାଣିଗ୍ରାହୀ ୬୩, ସୌରଭ ଅଗ୍ରୱାଲ୍ ୮୬,ବିଶ୍ବ ବିଶ୍ରୁତ ତ୍ରିପାଠୀ ୨୩୨, ସମୀର କୁମାର ଜେନା ୨୭୩, ସୌମ୍ୟରଞ୍ଜନ ପ୍ରଧାନ ୩୦୬, ହର୍ଷିତ ମେହେର ୩୭୬, ମାନସରଞ୍ଜନ ସାହୁ ୫୧୩ ସ୍ଥାନରେ ରହିଛନ୍ତି। ସର୍ବଭାରତୀୟ ସ୍ତରରେ ଜଣେ ପ୍ରାର୍ଥୀଙ୍କ ପରୀକ୍ଷା ଫଳ ସ୍ଥଗିତ ରଖାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com