Breaking NewsFeaturedଜାତୀୟରାଜନୀତି

ବିଧାୟକ ମହମ୍ମଦ ମୋକିମ୍ ଓ ବରିଷ୍ଠ ନେତା ଚିରଞ୍ଜୀବୀ ବିଶ୍ୱାଳ କଂଗ୍ରେସରୁ ସସପେଣ୍ଡ୍‌

କଂଗ୍ରେସରେ ଉଠିଲା ଝଡ଼!

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଶରତ ପଟ୍ଟନାୟକଙ୍କ ଅଭିଯୋଗ କ୍ରମେ ଜାତୀୟ କଂଗ୍ରେସ ପାର୍ଟି ନେଇଛି ବଡ଼ ନିଷ୍ପତ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ଚର୍ଚ୍ଚିତ ଚେହରାଙ୍କୁ ସସ୍‌ପେଣ୍ଡ କରିଛି ଦଳ । ସସପେଣ୍ଡ ହୋଇଛନ୍ତି ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବୀ ବିଶ୍ୱାଳ । ସେମାନଙ୍କୁ ମଗାଯାଇଥିବା ଉତ୍ତର ସନ୍ତୋଷଜନକ ନଥିବା କହିଛି କଂଗ୍ରେସ ।

ଏନେଇ ପିସିସି ମୁଖିଆ ଶରତ ପଟ୍ଟନାୟକ କହିଛନ୍ତି ଯେ ସେମାନଙ୍କୁ ମଗାଯାଇଥିବା ଏକ୍ସପ୍ଲାନେସନ୍ ସନ୍ତୋଷଜନକ ନଥିଲା । ତେଣୁ କେନ୍ଦ୍ରୀୟ ନେତୃମଣ୍ଡଳୀ ଯାହା ନିଷ୍ପତ୍ତି ନେଇଛନ୍ତି ତାକୁ ଆମେ ସ୍ୱାଗତ କରୁଛୁ । ଉଭୟ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଥିଲା । କଂଗ୍ରେସ ସର୍ବଦା ଏକ ହୋଇ ରହିଛି ଓ ରହିବ ବୋଲି ଶରତ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com