ଅନ୍ୟାନ୍ୟ

ଗଞ୍ଜାମରେ ବିଭିନ୍ନ ପ୍ରକଳ୍ପ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ, ୨୬/୦୩/୨୦୨୩ –    ଗଞ୍ଜାମ କଳା ଓ ସଂସ୍କୃତି ଭୂମି । ଏହା ହେଉଛି ସ୍ୱାଧିନତା ସଂଗ୍ରାମର ଭୂମି । ଏହି ମାଟିକୁ ମୋର ପ୍ରଣାମ । ରବିବାର ଗଞ୍ଜାମ କବିସୂର୍ଯ୍ୟନଗରରେ ଉଦବୋଧନ ଦେଇ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଗଞ୍ଜାମରେ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ ହେଲା ସେଥିରୁ କବି ସୂର୍ଯ୍ୟନଗରରେ ୩୧୬ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରାଗଲା ।

ମୁଁ ବହୁତ ଖୁସି ଯେ ଆଜି ଗଞ୍ଜାମର ୨୦ ହଜାର ଭାଇ ଭଉଣୀ ପଟ୍ଟା ପାଇଲେ । କେବଳ ଏହି ଅଞ୍ଚଳରେ ୧୧ ହଜାରରୁ ଅଧିକ ପଟ୍ଟା ପାଇଲେ । ଏହା ଜିଲ୍ଲାର ସବୁଠାରୁ ଅଧିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । SHGରୁ SME ହେବାପାଇଁ ମା’ମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ରଣ ଦିଆଯାଉଛି । ଏଥିପାଇଁ ୫ ବର୍ଷରେ ୫୦ ହଜାର କୋଟି ବ୍ୟବସ୍ଥା କରାଯାଇଛି । ମା’ମାନଙ୍କୁ ୨୮୦ କୋଟିରୁ ଅଧିକ ଟଙ୍କାର ଋଣ ଦିଆଯାଇଛି ।

ସେହିପରି ଚାଷୀ ଭାଇମାନଙ୍କୁ ମଧ୍ୟ ବିନା ସୁଧରେ ୧ ଲକ୍ଷ ଟଙ୍କା ଋଣ ଦିଆଯାଉଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗଞ୍ଜାମରେ ଏପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ଲୋକ ଉପକାର ପାଇଲେଣି ।  ଏଥିପାଇଁ ରାଜ୍ୟ ସରକାର ୧୯୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ସେହିପରି ଜିଲ୍ଲାର ୪୭୧ ହାଇସ୍କୁଲ 5Tରେ ରୂପାନ୍ତରଣ ହୋଇଛି । ଡିସେମ୍ବର ସୁଦ୍ଧା ସବୁ ହାଇସ୍କୁଲ 5Tରେ ରୂପାନ୍ତରଣ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Related Articles

Back to top button
WP Twitter Auto Publish Powered By : XYZScripts.com