ଅନ୍ୟାନ୍ୟ

ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା, ୭ ଆହତ

ଭଦ୍ରକ, ୦୨/ ୦୪/ ୨୦୨୩ –   ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା । ଶୁଭଲଷ୍ମୀ ନାମକ ଏକ ବସ୍ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିବା ବେଳେ ବୀଣା ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଆହତ ହୋଇଥିବା କିଛିଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ  ଛାଡି ଦିଆଯାଇଥିବା ବେଳେ ୭ ଜଣଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ବସର ଡ୍ରାଇଭର ଓ ଅନ୍ୟ କର୍ମଚାରୀ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com