ଅନ୍ୟାନ୍ୟ

ବନ୍ଦ ହେବ ହୁକ୍କା ବାର

ଭୁବନେଶ୍ୱର, ୦୩/୧୨/୨୦୨୨-  ସମସ୍ତ ହୁକ୍କା ବାର ଉପରେ ପ୍ରତିବନ୍ଧକ ଲଗାଇଲେ ପଶ୍ଚିମବଙ୍ଗ ସରକାର । ଶୁକ୍ରବାର କୋଲକାତା ମେୟର ଫିରାଦ ହକିମ ଏହି ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଥିବା ଅଭିଯୋଗରେ ପଦକ୍ଷେପ ନିଆଯାଇଛି । ସହରରେ ଯେଉଁମାନେ ହୁକା ବାର ଚଳାଉଛନ୍ତି କୋଲକାତା ମ୍ୟୁନିସିପାଲ କର୍ପୋରେସନ ସେମାନଙ୍କର ଲାଇସେନ୍ସ ରଦ୍ଦ କରିବ ବୋଲି ମେୟର ଘୋଷଣା କରିଛନ୍ତି ।

ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି କହିଛନ୍ତି “ ହୁକ୍କା ବାରଗୁଡ଼ିକୁ ବନ୍ଦ କରିବାକୁ ସମସ୍ତଙ୍କୁ ଅନୁରୋଧ କରିବୁ । ସମସ୍ତ ରେସ୍ତୋରାଁରେ ବି ଏହି ହୁକ୍କା ବାର ବନ୍ଦ ରହିବ।” କିଛି ହୁକ୍କାରେ କିଛି ମାଦକ ଦ୍ରବ୍ୟ ବ୍ୟବହାର କରାଯାଉଛି । ଫଳରେ ଯୁବଗୋଷ୍ଠୀଙ୍କୁ ହୁକ୍କାର ଅଭ୍ୟାସ ଲାଗିଯାଉଛି । ଏଥିରେ ଯେଉଁ କେମିକାଲ ବ୍ୟବହାର ହେଉଛି ତାହା ଶରୀରକୁ କ୍ଷତି ପହଞ୍ଚାଉଛି । ତେଣୁ ଏହାକୁ ଆମେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ମେୟର କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com