ଅନ୍ୟାନ୍ୟ

ପାର୍କ ଭିତରେ ଗଣେଶ ପୂଜା କରିବାକୁ ନେଇ ବିବାଦ

ପୁରୀ, ୩୧/୦୮/୨୦୨୨ –  ପାର୍କ ଭିତରେ ଗଣେଶ ପୂଜା କରିବାକୁ ନେଇ ବିବାଦ । ଯେଉଁଥିପାଇଁ ପୂଜା ମଣ୍ଡପ ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ବୁଧବାର ସେଠାରେ ଗଣେଶ ପୂଜା ହେବା ନେଇ ସନ୍ଦେହ ଦେଖାଦେଇଛି । ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ନୂଆଗଡ ପଞ୍ଚାୟତ ରେଡକ୍ରସ ଛକ ନିକଟ ଗ୍ରାମୀଣ ପାର୍କ ଭିତରେ ଗଣେଶ ପୂଜାକୁ ବିରୋଧ କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ନ ଉପୁଜିବା ପାଇଁ ଅସ୍ତରଙ୍ଗ ସାମୁଦ୍ରିକ ଥାନା ପକ୍ଷରୁ ପୋଲିସ ମୁତୟନ କରାଯାଇ ପ୍ରଶାସନ ପକ୍ଷରୁ ମଣ୍ଡପ ଚାରିପଟେ ୧୪୪ ଧାରା ଜାରି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com