ଅନ୍ୟାନ୍ୟ

ଭାରତ ଯୋଡୋ ଅଭିଯାନକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ, ୧୨.୦୯.୨୦୨୨- ଭାରତ ଯୋଡୋ ଯାତ୍ରାକୁ ନେଇ ବିଜେପି-କଂଗ୍ରେସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି । ଜଣଙ୍କ ଉପରେ ଜଣେ ଆସି ପ୍ରଶ୍ନ ଉଠାଇ ଚାଲିଛନ୍ତି । କେହି  କୌଣସି ମଉକା ଛାଡିବାକୁ ପ୍ରସ୍ତୁତ ନୁହନ୍ତି । କଂଗ୍ରେସ ଗୋଟିଏ ଟ୍ୱିଟ୍  ଯେଉଁଥିରେ ଖାକି ହାଫ ପ୍ୟାଣ୍ଟରେ ନିଆଁ ଲାଗିଥିବା ଦେଖାଯାଇଛି । ଏହା ସାଙ୍କେତିକ ଭାବେ ଆରଏସଏସକୁ ବୁଝାଉଛି । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି ।

ସୋମବାର ସକାଳୁ କଂଗ୍ରେସ ଗୋଟିଏ ଫଟୋ ପୋଷ୍ଟ କରିଥିଲା । ଏଥିରେ ଲେଖା ଯାଇଥିଲା ଯେ ବିଜେପି-ଆରଏସଏସର ଘୃଣାରୁ ଦେଶକୁ ସ୍ୱାଧୀନ କରିବାକୁ ଗୋଟିଏ ଗୋଟିଏ ପାଦ ଆଗକୁ ବଢୁଛୁ । ଏହି ପୋଷ୍ଟ ସହ ଯେଉଁ ଫଟୋ ପୋଷ୍ଟ କରାଯାଇଛି ସେଥିରେ ଖାକି ହାଫ ପ୍ୟାଣ୍ଟରେ ନିଆଁ ଲାଗୁଥିବା ଦେଖିବାକୁ ମିଳିଛି । ତେବେ ବିଜେପି ଏହାକୁ ନେଇ ଜୋରଦାର ଆକ୍ରମଣ କରିଛି । କଂଗ୍ରେସକୁ ପୋଷ୍ଟ ହଟାଇବା ପାଇଁ କହିଥିବା ବେଳେ କଂଗ୍ରେସ ଲୋକଙ୍କୁ ଉସୁକାଇବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି । ଏମାନଙ୍କ ଭାରତ ଯୋଡୋ ଯାତ୍ରା ନିଆଁ ଲଗାଇବା ଯାତ୍ରା ବୋଲି ମଧ୍ୟ କହିଛନ୍ତି ।

କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି, ଟିସାର୍ଟ ଏବଂ ଅଣ୍ଡରୱେର ଉପରେ ଯେଉଁ ଟିପ୍ପଣୀ ତାହା ପୁରା ପିଲାଳିଆମୀ । ଯଦି ବିଜେପିକୁ କୌଣସି ପ୍ରସଙ୍ଗ ତିଆରି କରିବାର ଅଛି ତେବେ ନିଜର ଏଜେଣ୍ଡା ପ୍ରଥମେ ସ୍ପଷ୍ଟ କରୁ ।

Related Articles

Back to top button
WP Twitter Auto Publish Powered By : XYZScripts.com